
କେନ୍ଦୁଝର, (ନିପ୍ର) ସଦର ଥାନା ଅନ୍ତର୍ଗତ ବଦାପଳଶା ପଞ୍ଚାୟତ ସଦରପଡା ଗ୍ରାମର କୁଞ୍ଜବିହାରୀ ମହାନ୍ତ ଙ୍କ ପୁଅ ହରେକୃଷ୍ଣ ମହାନ୍ତ(୫୦)ଗତକାଲି ଅପରାହ୍ନ ରେ ସ୍ଥାନୀୟ ପୋଖରୀ ରେ ଗାଧୋଉଥିବା ସମୟରେ ଅସାବଧାନତା କାରଣରୁ ପାଣିରେ ବୁଡିଯାଇଥିଲେ। ପାର୍ଶ୍ବରେ ମାଛ ଧରୁଥିବା ଲୋକେ ପାଣି ରେ ସେ ବୁଡିଯିବା ଶବ୍ଦ ଶୁଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ।ଖବର ପାଇ ତୁରନ୍ତ କେନ୍ଦୁଝର ଅଗ୍ନିଶମ ବିଭାଗ କର୍ମଚାରୀ ୨ଘଣ୍ଟା ଧରି ଖୋଜି ଥିଲେହେଁ ତାଙ୍କର ସନ୍ଧାନ ପାଇନଥିଲା। ଆଜି ପୁଣି ଅଗ୍ନିଶମ ବିଭାଗ ସକାଳେ ପାେଖରୀ ପାଣି ୨୦/୩୦ଫୁଟ ଭିତରୁ ଖୋଜି ହରେକୃଷ୍ଣ ଙ୍କ ଶବ ଉଦ୍ଧାର କରିଥିଲା। ସଦର ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଏକ (୪୦/୨୩) ଅପମୃତ ମାମଲା ରୁଜୁ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଇ ମୃତଦେହ ପରିବାର ଙ୍କୁ ହସ୍ତାନ୍ତର କରିଛି। ହରେକୃଷ୍ଣଙ୍କ ଅକାଳ ବିୟୋଗରେ ସଦରପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତେବେ ବାଇପାସ ରାସ୍ତା ନିର୍ମାଣ ପାଇଁ ପୋଖରୀ ଅଧିକ ଗଭୀର ଖୋନନ କରାଯାଇଥିବାରୁ ହରେକୃଷ୍ଣ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକ ଙ୍କ ପରିବାରକୁ ତରୁନ୍ତ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।