ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ନରେଲା ସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ୯.୩୫ ରେ ନିଆଁ ଲାଗିଥିଲା । ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ପରେ ସୂଚନା ପାଇଥିଲେ । ଏହା ପରେ ୧୦ ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା । କୁହାଯାଉଛି ଯେ ଘଟଣାସ୍ଥଳରୁ ୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ତଥାପି ଅନେକ ଲୋକ ବିଲଡିଂ ଭିତରେ ଫସି ରହିଥିବାର ଭୟ ରହିଛି । ଅଗ୍ନିଶମ ବିଭାଗର ୧୦ ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ପୋଡି ଯାଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଲୋକଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।
ନିଆଁକୁ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ବିଲ୍ଡିଂରେ ଏହା ସବୁଆଡେ ବ୍ୟାପି ଯାଇଥିଲା ଓ ୨୦ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରିଥିଲେ । ବର୍ତ୍ତମାନ ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଲଡିଂ ଚାରିପାଖରେ ଥିବା ଘରଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି । କୁହାଯାଉଛି ଯେ ୩ ରୁ ୪ ଜଣ ଲୋକ ବିଲ୍ଡିଂରେ ଫସି ରହିଥିବା ଆଶଙ୍କା କରାଯାଉଛି, ଯେଉଁମାନଙ୍କୁ ନିରାପଦରେ ବାହାରକୁ ଆଣିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି ।