ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନରେ ଅଲଆଉଟ ହୋଇଯାଇଛି। ଏହା ପରେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ପ୍ରଥମ ସେସନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ମାତ୍ର ୨୬ ରନରେ ୩ ଉଇକେଟ ହରାଇଛି।
ଗତକାଲି ପ୍ରଥମ ଦିବସରେ ଭାରତ ଆରମ୍ଭରୁ ବ୍ୟାଟିଂ ବିଫଳତାର ଶିକାର ହୋଇଥିଲା। ଏକଦା ଦଳ ମାତ୍ର ୧୩୪ ରନରେ ୬ ଉଇକେଟ ହରାଇ ଅଡୁଆ ପରିସ୍ଥିତିରେ ପଡ଼ିଥିଲା। କିନ୍ତୁ ଆର. ଅଶ୍ଵିନୀ ଏବଂ ରବୀନ୍ଦ୍ର ଜାଡ଼େଜା ଲଢୁଆ ବ୍ୟାଟିଂ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଜାଡେଜା ୮୬ ଏବଂ ଅଶ୍ଵିନୀ ୧୧୩ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ବୋଲସ ହସନ ମହମ୍ମୁଦ ସର୍ବାଧିକ ୫ଟି ଏବଂ ତାସ୍କିନ ଅହମ୍ମଦ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ଶୁକ୍ରବାର ୨ୟ ଦିବସରେ ଭାରତ ଅଲଆଉଟ ହେବା ପରେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତୀୟ ଦ୍ରୁତ ବୋଲର ବୁମରା ଏବଂ ଆକାଶ ଦୀପ ଦଳକୁ ଆରମ୍ଭରୁ ସଫଳତା ଦେଇଥିଲେ। ଆକାଶ ଦୀପ ୨ଟି ଏବଂ ବୁମରା ଗୋଟିଏ ଉଇକେଟ୍ ନେଇଥିଲେ।