ମାଲକାନଗିରି : ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ଜଳସ୍ତର ବଢିବା ଫଳରେ ମାଲକାନଗିରି ଜିଲା ମୋଟୁ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ମୋଟୁ ସୀମାନ୍ତରେ ଥିବା ସାବେରୀ ନଦୀର ପାଣି ଏବେ ଗାଁ ମୁହାଁ ହେବାରେ ଲାଗିଛି ।
ସୂଚନା ଯେ, ମୋଟୁ ଠାରୁ ବାରିବାନଞ୍ଛା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ତିନି ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ବାରିବାନଞ୍ଛା, ବିନାୟକପୁର, ମୁରଲିଗୁଡା ଓ ଆଲମା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ସେପଟେ ସିଲେରୁ ନଦୀର ପାଣି କୋଇଗୁରୁ ଗାଁ ପାଖକୁ ମାଡି ଆସିଛି । ଫଳରେ ମାଲକାନଗିରି ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି । ଗତ ଏକ ସପ୍ତାହ ଧରି ମୋଟୁ ନିକଟରେ ଶତାଧିକ ଯାନବାହାନ ଅଟକି ରହିଛି । ବନ୍ୟା ପାଣି ଯୋଗୁ ଫସିଥିବା ଟ୍ରକ ଡ୍ରାଇଭର ଶୋଚନୀୟ ଭାବରେ ଅଛନ୍ତି । କିଏ ଟ୍ରକ ତଳେ ରୋଷେଇ କରୁଛି ତୋ ଆଉ କିଏ ରାସ୍ତା ଉପରେ ଚୁଲି ଲଗାଇଛି । ପୁଣି କାହାର ରାସନ ସାମଗ୍ରୀ ସରିବା ଉପରେ । ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ରାସ୍ତା ଉପରୁ ପାଣି କମୁନଥିବା ବେଳେ ଚିନ୍ତାରେ ଅଛନ୍ତି ଶହ ଶହ ଟ୍ରକ ଡ୍ରାଇଭର।