ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ଦେହାନ୍ତ ହୋଇଯାଇଛି। ୮୭ ବର୍ଷ ବୟସରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଡମ୍ବରୁଧର । ରାୟଗଡ଼ା ଜିଲ୍ଲା ବିଷମକଟକରୁ ସେ ୫ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାରରେ ସେ ମନ୍ତ୍ରୀ ଥିଲେ ।