ବାଲେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଦିବା ୧:୩୦ ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ତଥା ପ୍ରଥମ ବିଧାୟକ ସୁଦର୍ଶନ ଜେନା ତାଙ୍କର ଶତାଧିକ ସମର୍ଥକ ଙ୍କୁ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼.ଅଜୟ କୁମାର,ପିସିସି ସଭାପତି ଶରତ ପଟ୍ଟନାୟକ,ପଞ୍ଚାନନ କାନୁନଗୋ,ପ୍ରସାଦ ହରିଚନ୍ଦନ,ବିଶ୍ୱରଞ୍ଜନ ମୋହାନ୍ତି,ଆଦି ବରିଷ୍ଠ ନେତା ଙ୍କ ଉପସ୍ଥିତି ରେ ବିଜେଡି ଛାଡି ବିଧିବଦ୍ଧ ଭାବେ କଂଗ୍ରେସ ରେ ଯୋଗ ଦେଲେ।ଶ୍ରୀ ଜେନା ରାହୁଲ ଗାନ୍ଧୀ ଙ୍କ ପ୍ରଥମେ ଭାରତ ଜୋଡ ଯାତ୍ରା ଓ ଏବେ ଭାରତ ଜୋଡ ନ୍ୟାୟ ଯାତ୍ରା ରେ ପ୍ରଭାବିତ ହୋଇ ନଫରତ ବଜାରରେ ପ୍ରେମ ର ଦୋକାନ ଖୋଲିବା ପାଇଁ ଏବଂ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ର ଚାଷୀ ବିରୋଧୀ,ଶ୍ରମ ବିରୋଧୀ,ଶିକ୍ଷା ବିରୋଧୀ ,ମହିଳା ବିରୋଧୀ, ମୋଟା ମୋଟୀ ଜନବିରୋଧୀ ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ଜନସାଧାରଣଙ୍କ ଦଳ ସମ୍ବିଧାନରେ ବିଶ୍ୱାସ ରଖୁଥିବା ଦଳ କଂଗ୍ରେସ ଦଳରେ ଯୋଗ ଦେଲେ ବୋଲି କହିଛନ୍ତି।ତାଙ୍କ ସହ ଯୋଗଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ସଦର ବ୍ଲକ ଉପାଧ୍ୟକ୍ଷ ଅଜୟ ନାରାୟଣ ସାମଲ,କମଲ ଲୋଚନ ଆଚାର୍ଯ୍ୟ,ସେକ୍ ରାଜୁ,ସେକ୍ ଆଦିଲ,ଅତିଶ ଦୀପଙ୍କର ମିଶ୍ର,ସାଦବ କାଦିର,ମଲ୍ଲିକ ଜଲାଲ ପ୍ରମୁଖ ।ଏହି ମିଶ୍ରଣ ପର୍ବ ସମୟରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ଓ ରେମୁଣା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗା ଯୋଗ ବିଭାଗ ଅଧ୍ୟକ୍ଷ ବିକାଶ କୁମାର ଦାସ,ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ,ସାମାଜିକ ଗଣମାଧ୍ୟମ ଜିଲ୍ଲା ମୁଖ୍ୟ ନବକିଶୋର ଭୁଇଁୟା,ନିରଞ୍ଜନ ବେହେରା,କହ୍ନେଇ ବେହେରା,ଶ୍ରୀକାନ୍ତ ପତି, ଅନିରୋଧ ସେନାପତି,ରମେଶ ଚନ୍ଦ୍ର ଦାସ,ପ୍ରକାଶ ମଲ୍ଲିକ,ରାଜେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
March 11, 2024
0 Comment
124 Views
ରେମୁଣା ର ପୂର୍ବତ୍ତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସ ରେ ସାମିଲ ହେଲେ
by Editor
ବାଲେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଦିବା ୧:୩୦ ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ତଥା ପ୍ରଥମ ବିଧାୟକ ସୁଦର୍ଶନ ଜେନା ତାଙ୍କର ଶତାଧିକ ସମର୍ଥକ ଙ୍କୁ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼.ଅଜୟ କୁମାର,ପିସିସି ସଭାପତି ଶରତ ପଟ୍ଟନାୟକ,ପଞ୍ଚାନନ କାନୁନଗୋ,ପ୍ରସାଦ ହରିଚନ୍ଦନ,ବିଶ୍ୱରଞ୍ଜନ ମୋହାନ୍ତି,ଆଦି ବରିଷ୍ଠ ନେତା ଙ୍କ ଉପସ୍ଥିତି ରେ ବିଜେଡି ଛାଡି ବିଧିବଦ୍ଧ ଭାବେ କଂଗ୍ରେସ ରେ ଯୋଗ... Read More