ଭୁବନେଶ୍ୱର : ଶେଷରେ ବନ୍ଧାହେଲେ ପୂର୍ବତନ ବିଡିଓ । ଫେରାର୍ ବିଡିଓଙ୍କୁ ଆଠ ବର୍ଷ ପରେ ଗିରଫ କରିଛି ଭିଜିଲାନ୍ସ । ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନା ଥାଉକି ଅନେକ ଦୁର୍ନୀତିରେ ଜଡିତ ଥିଲେ ପୂର୍ବତନ ବିଡିଓ । ବିଶେଷ କରି ୭ଟି ଦୁର୍ନିତୀ ମାମଲାରେ ରମେଶଙ୍କୁ ଖୋଜୁଥିଲା ଭିଜିଲାନ୍ସ । ଏହି ସବୁ ଦୁର୍ନୀତିରେ ଲିପ୍ତ ରହି ୨୦୧୫ରୁ ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ । ଗିରଫ ପରେ ସୋମବାର ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ । ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡିଶା ଆଣିବ ଭିଜିଲାନ୍ସ । ରିମାଣ୍ଡରେ ଆଣି ଦୁର୍ନୀତିର ମୂଳପୋଛ କରିବ ଭିଜିଲାନ୍ସ ।