ନୂଆଦିଲ୍ଲୀ: ୨୦୨୪ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନକୁ ଖାରଜ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାକିସ୍ତାନ ନିର୍ବାଚନ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇମ୍ରାନ ଖାନ ଦୁଇଟି ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିଥିବା ଅଧିକାରୀ କହିଛନ୍ତି।
ଏପ୍ରିଲ୍ ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରଠାରୁ ୭୧ ବର୍ଷୀୟ ଇମ୍ରାନ ଖାନ ଏକ ରାଜନୈତିକ ଏବଂ ଆଇନଗତ ଯୁଦ୍ଧରେ ଲଢ଼େଇ ଜାରି ରହିଛି। ପ୍ରଧାନମନ୍ତ୍ରୀ ଥିବା ସମୟରେ ଖାନ ବେଆଇନ ଭାବେ ସରକାରୀ ଉପହାର ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଅଗଷ୍ଟରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ସେବେଠାରୁ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା।
ଇମ୍ରାନ ଖାନଙ୍କ ମିଡିଆ ଟିମ୍ କହିଛି ଯେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେତୁ ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଖାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି, ତଥାପି ସେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।