ଛତ୍ରପୁର : ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଛତ୍ରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଛତ୍ରପୁର ନିକଟ କନ୍ଧୁଣୀ ଠାକୁରାଣୀ ମନ୍ଦିର ପାଖ ଏକ ଗଳା ଶଙ୍ଖ ଉପରେ ଏହି ଘଟଣା ଘଟିଛି। ସେଠାରେ ରେଳ ଧାରଣା ମରାମତି କାର୍ଯ୍ୟ ଚାଲିଥିଲା। ପୁରୁଣା ମାଟି ବାହାର କରାଯାଇ ନୂଆ ମାଟି ବିଛାଯାଉଥିଲା। ତେବେ ଟ୍ରେନଟି ଯାଉଥିବା ବେଳେ ଗୋଟିଏ ଚକ ଟ୍ରାକରୁ ଖସି ପଡ଼ିବାରୁ ଉକ୍ତ ବଗିଟି ଲାଇନଚ୍ୟୁତ ହୋଇଥିଲା। ଏଥିରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି। ତେବେ ଉକ୍ତ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ ଗୋଟିଏ ଟ୍ରାକରେ ରେଳ ଚଳାଚଳ କରୁଛି। ବିଭାଗ ତରଫରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

May 25, 2023
0 Comment
223 Views
ଛତ୍ରପୁର ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
by Editor
ଛତ୍ରପୁର : ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଛତ୍ରପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଛତ୍ରପୁର ନିକଟ କନ୍ଧୁଣୀ ଠାକୁରାଣୀ ମନ୍ଦିର ପାଖ ଏକ ଗଳା ଶଙ୍ଖ ଉପରେ ଏହି ଘଟଣା ଘଟିଛି। ସେଠାରେ ରେଳ ଧାରଣା ମରାମତି କାର୍ଯ୍ୟ ଚାଲିଥିଲା। ପୁରୁଣା ମାଟି ବାହାର କରାଯାଇ ନୂଆ ମାଟି ବିଛାଯାଉଥିଲା। ତେବେ ଟ୍ରେନଟି ଯାଉଥିବା ବେଳେ ଗୋଟିଏ ଚକ ଟ୍ରାକରୁ ଖସି ପଡ଼ିବାରୁ ଉକ୍ତ ବଗିଟି ଲାଇନଚ୍ୟୁତ ହୋଇଥିଲା। ଏଥିରେ ବିଶେଷ କ୍ଷୟକ୍ଷତି... Read More