ମେଷ- ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ପିତା ମାତା ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ବଦଳିବା ଯୋଗୁ ଚିନ୍ତିତ ହୋଇପାରନ୍ତି । ବେପାର ବୃତିରେ ସଫଳତା ହାସଲ କରିବେ । ଚାକିରୀ ରେ ପଦୋନ୍ନତି ର ସୁଯୋଗ ମିଳିପାରେ । ବିଦ୍ୟାର୍ଥୀ ମାନେ ବିଦ୍ୟାପ୍ରେମୀ ହୋଇପାରନ୍ତି ।
ବୃଷ- କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ କ୍ଷ ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ କ୍ଷ କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ ।
ମିଥୁନ- ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ । କେହି ଆପଣଙ୍କୁ ସାହାର୍ୟ୍ୟର ହାତ ବଢାଇବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ରାଜନିତିରେ ଲୋକ ସମର୍ଥନ ମିଳିବା ଫଳରେ ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ ।
କର୍କଟ- ଭାଇ ବନ୍ଧୁମାନେ ସାହାର୍ୟ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ । ବ୍ୟବସାୟରେ ଲାଭଜନକ ହେବ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ସମାଜ ସେବାରେ ସ୍ୱନାମ ପାଇବେ ।
ସିଂହ- ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ । କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଧର୍ମାନୁଷ୍ଠାନରେ ବା ମନ୍ଦିରରେ ଯୋଗଦାନ କରି ପ୍ରଂଶସିତ ହେବେ । ଜାଗା, ଜମି ଗୃହଆଦି କ୍ରୟ କରିବାର ସୁଯୋଗ ଅଛି ।
କନ୍ୟା- ପାରିବାରିକ ଜୀବନ ହସ ଖୁସିରେ କଟିବ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିରେ ବିଚାର କରିପାରନ୍ତି । ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବେ । ବେପାର ବୃତିରେ ସଫଳତା ହାସଲ କରିବେ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ ।
ତୁଳା- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କଣ କରିବେ କିମ୍ବା କଣ ନ କରିବେ ସ୍ଥିର କରିପାରିବେ ନାହିଁ । ଦୂର ଯାତ୍ରା ଭ୍ରମଣ କରିପାରନ୍ତି । ଚାକିରିରେ ଅପଦସ୍ତ ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ବିଛା- ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଦୁଃଖିତ ହୋଇପାରନ୍ତି । ପିଲାମାନେ ପରୀକ୍ଷାରେ ଭଲ ନମ୍ବରରେ ଉତୀର୍ଣ୍ଣ ହେବେ । କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିବ । ଅଧିକ ପରିଶ୍ରମ ହେତୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି ।
ଧନୁ- ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ ହୋଇଯିବ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ। ଦୂର ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ମକର- ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ଆଜି ଦିନଟି ବନ୍ଧୁ ମାନଙ୍କ ସହ ବିତାଇବେ । ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ଭଲ ଫଳ ମିଳିବ ବନ୍ଧୁମାନେ ଅସୁବିଧା ସମୟରେ ଆପଣଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରିବେ । ବିଦେଶ ଯାତ୍ରାର ସମ୍ଭାବନା ଅଛି । ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ ।
କୁମ୍ଭ- କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଆଜି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇ ପ୍ରତିିଶ୍ରୁତି ରକ୍ଷା କରିବେ। ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିପାରନ୍ତି।
ମୀନ- ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଯାନବାହାନ ସତର୍କତା ସହ ଚଲାନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ ଡରି ନ ଯାଇ ସାହସର ସହ ମୂକାବିଲା କରନ୍ତୁ ।