ମେଷ-କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମ ଗୁଡିକ ସମ୍ପୂର୍ଣ୍ଣ ହୋଇଯିବ । ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍ ହୋଇଯିବ।ପ୍ରେମୀ ଯୁଗଳ ଙ୍କ ସମ୍ପର୍କ ମଧୁର ରହିବ । ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଯାନବାହାନ ସତର୍କତା ସହ ଚଲାନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ବୃଷ- ପାରିବାରିକ ସ୍ଥିତିରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ପୂରଣ ହୋଇଯିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।ବାଣିଜ୍ୟ, କାରବାର ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ। ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ।
ମିଥୁନ- ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଆଜି ଦିନଟି ବନ୍ଧୁମେଳରେ କଟିବ ।
କର୍କଟ- ପରିବାରର ସମସ୍ତ ବ୍ୟକ୍ତି ମନ୍ଦିର ଭ୍ରମଣ ପାଇଁ ଯିବେ । ବ୍ୟବସାୟରେ ଅତ୍ୟଧିକ ଲାଭବାନ୍ ହେବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବିଭିନ୍ନ ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ।
ସିଂହ- ଦେହ ଭଲ ରହିଲେ ମଧ୍ୟ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ରାଗିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ।
କନ୍ୟା-ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଦାୟକ ନୁହେଁ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ପଡିପାରେ । ସଭାସମିତିରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ତୁଳା-ବନ୍ଧୁମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇପାରନ୍ତି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ । କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିବେ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ଅଛି ।
ବିଛା- ଅଫିସର ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧା ଦେଖାଦେଇପାରେ । ଦୂର ଯାତ୍ରା ସମୟରେ ଝଗଡାର ସମ୍ଭାବନା ଅଛି । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହେବାର ସମ୍ଭାବନା ଅଛି ।
ଧନୁ- ଅଫିସର ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧା ଦେଖାଦେଇପାରେ । ରାଜନୀତିରେ ଲୋକ ସମର୍ଥନ ରହିବା ଯୋଗୁ ଆଗେଇ ଯାଇପାରନ୍ତି । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ
ମକର- ପରିବାର ଭତରେ ସମସ୍ତେ ହସ ଖୁସିରେ ଦିନ କାଟିବେ । ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । କ୍ରୀଡ଼ା ଓ କଳା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଛାତ୍ର ଛାତ୍ରୀମାନେ ବିଭିନ୍ନ ଜାଗାରେ ସମ୍ମାନୀତ ହୋଇପାରନ୍ତି ।
କୁମ୍ଭ- ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି । କାର୍ୟ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାର ଭିତରେ ଯୁକ୍ତିତର୍କ ହୋଇପାରେ । ରାଜନୀତି, ସଭାସମିତି, ପ୍ରଶାସନ କ୍ଷେତ୍ରରେ ଲୋକମାନଙ୍କ ସହ ଭଲ ସମ୍ପର୍କ ଗଢିବା ପାଇଁ ଚେଷ୍ଟା କରିବେ ।
ମୀନ- ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ। ରାଜନେତାଙ୍କ ସାହାର୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ ।