ବରଗଡ଼ : ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର ହେବାକୁ ଥିବା ବେଳେ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତର ହୋଇଯିବ । ଉଭୟ ଜନପଦବାସୀ ହୋଇଯିବେ ମଥୁରା ଓ ଗୋପପୁରବାସୀ । ୫ ହଜାରରୁ ଉର୍ଦ୍ଧ୍ବ କଳାକାର ସାମିଲ ହେବେ । ସନ୍ଧ୍ୟା ୭ଟାରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ହେବ ଉଦଘାଟନ କରିବେ।
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ବେଦେଶ ଆଚାର୍ଯ୍ୟ । ଅପରାହ୍ନ ସାଢେ ୨ଟାରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ । ବରଗଡ଼ ସହର ସ୍ଥିତ ଗାନ୍ଧୀ ଛକ ଠାରୁ ମା’ ସମଲେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଯିବ ସାଂସ୍କୃତିକ ଶୋଭାଯାତ୍ରା । ସାଢେ ୫ଟାରେ ମା’ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ହାଟପଦା ସ୍ଥିତ ରାଜ ଦରବାରରେ ପହଞ୍ଚିବ। ୧୧ ଦିନ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବ । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ।
ସେପଟେ ଦ୍ବାପର ଯୁଗକୁ ଫେରିଯିବ ବରଗଡ଼ । ନାଟକ ପାଇଁ ପାଇଁ ସହରର ବିଭିନ୍ନ ଅଞ୍ଚଳ ପାଲଟିଯିବ ଦ୍ବାପର ଯୁଗର ଭୂଇଁ । ବରଗଡ଼ ପାଲଟିବ ମଥୁରାନଗରୀ, ଅମ୍ବାପାଲି ହେବ ଗୋପପୁର। ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ପ୍ରବାହିତ ଜୀରାନଦୀ ପାଲିଟିବ ଯମୁନା ନଦୀ । ମଥୁରାନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ନିର୍ଦ୍ଦେଶରେ ଶାସିତ ହେବ ମଥୁରା । କୃଷ୍ଣ ବଳରାମ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବମୁଖର ହୋଇ ଉଠିବ ଗୋପପୁର । ଯମୁନା ନଦୀର ମାନ୍ୟତା ପାଇବ ଜୀରା ନଦୀ । ଧନୁଯାତ୍ରା ପାଇଁ ଉତ୍ସବ ମୁଖର ସାରା ବରଗଡ଼ ଜିଲ୍ଲା ।