କେନ୍ଦୁଝର, ୧୨ା୧୦: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ମେଟ୍ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝର ପକ୍ଷରୁ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଗଣଧାରଣା ଗୁରୁବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବଂ କେନ୍ଦୁଝର ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଙ୍କ ସହ ଗାଁ ସାଥି ମେଟ୍ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝରର ପ୍ରତିନିଧି ଦଳ ର ଆଲୋଚନା ପରେ ଗାଁ ସାଥି ମେଟ ସଂଘ ଗଣଧାରଣାରୁ ଓହରିଥିଲା । ଆଲୋଚନା ସମୟରେ ଗାଁ ସାଥି ମେଟ୍ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝର ର କାର୍ଯକାରୀ ସଭାପତି ମନୋଜ କୁମାର ପଟେଲ,ସାଧାରଣ ସଂପାଦକ ମନୋସରୋଜ ପଣ୍ଡା,ଉପଦେଷ୍ଟା ଅଜିତ କୁମାର ମହାନ୍ତ,ସହ ସଂପାଦକ ଉମାକାନ୍ତ ମହାନ୍ତ,ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ନାଏକ,ଆବାହକ ମାଟୁରାମ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗାଁ ସାଥି ମେଟ୍ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝରର ଦାବିଗୁଡିକ ମଧ୍ୟରୁ ବିଶେଷ କରି ଏନ୍ଏମ୍ଏମ୍ଏସ୍ କେବଳ ମନରେଗା କାର୍ଯ୍ୟରେ ନିଯୁକ୍ତି ପ୍ରାପ୍ତ ମେଟ୍ ମାନଙ୍କର ରେଜିଷ୍ଟ୍ରେସନ କରିବା ଓ ମେଟ୍ ବ୍ୟତୀତ ଅନ୍ୟ ବ୍ୟକ୍ତିବିଶେଷ ଓ ଏନ୍ଜିଓଙ୍କ ରେଜିଷ୍ଟ୍ରେସନ ରଦ୍ଦ କରିବା,ଜିଲ୍ଲାର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଓ ବ୍ଲକ ମନରେଗା କାର୍ଯ୍ୟ ଗୁଡିକ ମେଟ୍ ମାନଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରି ମେଟ୍ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ମେଟ୍ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହିତ ତାଲିମ ପ୍ରଦାନ କରିବା ଓ ଡ୍ରେସ୍ କୋର୍ଡ ପ୍ରଦାନ କରିବା ଆଦି ଦାବିଗୁଡିକ ସଂପର୍କରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶୃତି ମିଳିବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଏଥିସହ ଅନ୍ୟାନ୍ୟ ଦାବିଗୁଡିକ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରତିଶୃତି ଦେଇଥିଲେ । କେନ୍ଦୁଝର ଜିଲ୍ଲାର ସମସ୍ତ ଗାଁ ସାଥି ମେଟ ଭାଇ ଭଉଣୀ ମାନଙ୍କ ବିପୁଳ ସମର୍ଥନ ଜଣାଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିଜ ନିଜର ଅଧିକାର ଓ ରୋଜଗାର ହାସଲ କରିପାରିଥିବାରୁ ଓ ଜିଲ୍ଲା ବିଜେପିର କର୍ମକର୍ତ୍ତା,କଂଗ୍ରେସର କର୍ମକର୍ତ୍ତା,ଭାରତୀୟ ମଜଦୁର ସଂଘ,ସରପଞ୍ଚ ସଂଘ,ସମାଜସେବୀ,ପୋଲିସ ପ୍ରଶାସନ,ଗଣମାଧ୍ୟମ ପ୍ରତିନିଧି,ଗାଁ ସାଥି ମେଟ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ତଥା କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ,ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକଙ୍କ ସହଯୋଗ ପାଇଁ ଅଶେଷ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।
October 12, 2023
0 Comment
255 Views
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଆଲୋଚନା ପରେ ଗାଁ ସାଥି ମେଟ୍ ମାନଙ୍କ ଗଣଧାରଣା ପ୍ରତ୍ୟାହୃତ
କେନ୍ଦୁଝର, ୧୨ା୧୦: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ମେଟ୍ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝର ପକ୍ଷରୁ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଗଣଧାରଣା ଗୁରୁବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବଂ କେନ୍ଦୁଝର ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଙ୍କ ସହ ଗାଁ ସାଥି ମେଟ୍ ସଂଘ ମିଳିତ... Read More