କେନ୍ଦୁଝର, ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଓ କେନ୍ଦୁଝର ଦିୟା ଆନୁକୂଲ୍ୟରେ କେନ୍ଦୁଝରର ବିଭିନ୍ନ ବୟସର ଛାତ୍ରଛାତ୍ରୀ ମାନଙ୍କ ଭିତରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖରେ କେନ୍ଦୁଝର ଶକ୍ତିପୀଠ ପରିସରରେ କରାଯିବ। ଏହି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଭିତରେ ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ଖୋଜି ତାହାର ବିକାଶ କରାଇବା ଲକ୍ଷରେ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍କୁଲ ଓ କଲେଜରେ ପଢ଼ୁଥିବା ପ୍ରଥମ କ୍ଳାସ ରୁ କଲେଜ ପଢ଼ୁଥିବା ପିଲାମାନଙ୍କ ପାଇଁ ସଙ୍ଗୀତ, କଳା, ଚିତ୍ରାଙ୍କନ, ଡିବେଟ, ଝୋଟି ପରି ପ୍ରତିଯୋଗିତା କରାଯିବ। ଆଜିକାଲି ମୋବାଇଲ ଭିତରେ ବୁଡି ରହି ପିଲାମାନେ ନଇଁ ସଂସ୍କୃତି କୁ ଭୁଲି ଯାଉଛନ୍ତି। ଆଜିର ଛାତ୍ରଛାତ୍ରୀ ଭାରତର ଏତିହ୍ୟ, ସଂସ୍କୃତ୍ତି ଓ ପରମ୍ପରାକୁ ଭୁଲି ଯାଉଥିବା ବେଳେ, ସେମାନଙ୍କ ଭିତରେ ସଂସ୍କାର ଲୋପ ପାଉଛି। ସେଥିପାଇଁ ପିଲାଙ୍କ ଭିତରେ ଅଧ୍ୟାତ୍ମବାଦ ଓ ଦେଶପ୍ରୀତି ଜାଗରଣ କରିବା ଲକ୍ଷ୍ୟରେ ବିଭିନ୍ନ ବର୍ଗର ଏପରି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଚିତ୍ରକଳା କ୍ଷେତ୍ରରେ ପ୍ରଥମ ରୁ ପଞ୍ଚମ, ଷଷ୍ଠ ରୁ ଦଶମ, ଏକାଦଶ ଓ ତଦୁର୍ଦ୍ଧ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ଅଲଗା ଅଲଗା ଚିତ୍ରାଙ୍କନ ପ୍ରତିଯୋଗିତା ରଖା ଯାଇଛି। ତାଲ ପେ ତାଲ ସଙ୍ଗୀତ ପ୍ରତିଯୋଗିତା ମାଧ୍ୟମରେ ଷଷ୍ଠ ରୁ ଦଶମ , ଏକଦଶରୁ ଉର୍ଦ୍ଧ୍ୱ ଶ୍ରେଣୀ ପାଇଁ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯାଉଛି। ସେହିପରି ଷଷ୍ଠ ଶ୍ରେଣୀରୁ ଦଶମ ରେ ପଢ଼ୁଥିବା ପିଲାଙ୍କ ପାଇଁ ଭାରତ ଓ ଭାରତୀୟତା ଉପରେ ଡିବେଟ ରଖା ଯାଇଥିବା ବେଳେ ଏକାଦଶ ଓ ତଦୁର୍ଦ୍ଧ ଶ୍ରେଣୀର ପିଲାଙ୍କ ପାଇଁ ଆଧ୍ୟାତ୍ମ ଓ ବିଜ୍ଞାନର ସମନ୍ୱୟ ଉପରେ ଡିବେଟ ପ୍ରତିଯୋଗିତା କରାଯିବ। ଝୋଟି ପ୍ରତିଯୋଗିତାରେ ମଧ୍ୟ ଷଷ୍ଠ ରୁ ଦଶମ ଓ ଏକାଦଶ ଓ ତଦୁର୍ଦ୍ଧ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଝୋଟି ପ୍ରତିଯୋଗିତା ରଖା ଯାଇଛି। ୧୫ ତାରିଖରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଫଳାଫଳ ଆସନ୍ତା ୨୦ ତାରିଖରେ ଘୋଷଣା ହେବା ପରେ ବିଜୟାଦଶମୀ ଅବସରରେ ଆସନ୍ତା ୨୪ ରେ ଗାୟତ୍ରୀ ଶକ୍ତିପୀଠ ପରିସରରେ କୃତି ପ୍ରତିଯୋଗୀଙ୍କୁ ବିଶ୍ଵ ଗାୟତ୍ରୀ ପରିବାର ଓ ଦିୟା ତରଫରୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଛି ।
October 13, 2023
0 Comment
178 Views
ବିଶ୍ୱ ଗାୟତ୍ରୀ ପରିବାର ଓ ଦିୟା ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
କେନ୍ଦୁଝର, ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଓ କେନ୍ଦୁଝର ଦିୟା ଆନୁକୂଲ୍ୟରେ କେନ୍ଦୁଝରର ବିଭିନ୍ନ ବୟସର ଛାତ୍ରଛାତ୍ରୀ ମାନଙ୍କ ଭିତରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖରେ କେନ୍ଦୁଝର ଶକ୍ତିପୀଠ ପରିସରରେ କରାଯିବ। ଏହି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଭିତରେ ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ଖୋଜି ତାହାର ବିକାଶ କରାଇବା ଲକ୍ଷରେ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍କୁଲ ଓ କଲେଜରେ ପଢ଼ୁଥିବା ପ୍ରଥମ କ୍ଳାସ... Read More