କେନ୍ଦୁଝର, ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୧ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ଅଭିଯୋଗର ତ୍ୱରିତ ସମାଧାନ ହେଇଥିବା ବେଳେ ଆଉ ୩୮ ଗୋଟି ଅଭିଯୋଗ ବିଭାଗୀୟ ଅଧିକାରୀଙ୍କ ତର୍ଜମା ଓ ଅନୁସନ୍ଧାନ ନିମନ୍ତେ ପଠାଇଦିଆଯାଇଛି। ଘଟଗାଁ ବିଡ଼ିଓଙ୍କୁ ୧୯, ତହସିଲଦାରଙ୍କୁ ୮, ଘଟଗାଁ ପୁଲିସ ଏସଡିପିଓ, ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ସମବାୟ ସମିତି ଉପ ନିବନ୍ଧକ, ଘଟଗାଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଜରୁରୀକାଳୀନ ବିଭାଗ, ଜିଲ୍ଲା ନ୍ୟାୟିକ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଏଫଓ , ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଓ ଜିଲ୍ଲା ପରିଷଦ, କେନ୍ଦୁଝରର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଅଭିଯୋଗ ଆବଶ୍ୟକ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଅଭିଯୋଗ ଶୁଣାଣି ସମୟରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ଓ ୨ ଜଣ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ନିତିନ କୁଳଶେଖର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ପୃଷ୍ଟି, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ବିଡ଼ିଓ ଉମାକାନ୍ତ ପରିଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ କେ.ସି. ଅଢା , ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ବନବିଭାଗ ଅଧିକାରୀ ପ୍ରଭାତ କୁଅଁର , ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଟାଟା ପାୱାର ସହକାରୀ ଯନ୍ତ୍ରୀ ରଞ୍ଜିତ ବେହେରା ପ୍ରମୁଖ ଯୋଗଦାନ କରି ଅଭିଯୋଗ ଶୁଣାଣିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଏକାଉଣ୍ଟ ଅଫିସର ଅଜିତ ଲାଲ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପାଶ୍ରୀ ସିଂ, ପ୍ରଦୀପ୍ତ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତି, ପ୍ରସନ୍ନ ପଣ୍ଡା, ଜୟନ୍ତ ଜେନା, ସେକ୍ସନ ଅଧିକାରୀ ବିଶ୍ୱନାଥ ବାରିକ, ଏପିଓ ଭୈରବେନ୍ଦ୍ର ତ୍ରିପାଠୀ, ଭାରପ୍ରାପ୍ତ ଜିପିଇଓ ରୀତା କୁମାରୀ ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ଗୋପାଳକୃଷ୍ଣ ବାରିକ, କନିଷ୍ଠ ଅମଲା ବିପିନ ଖଣ୍ଡା, ନିର୍ବାହୀ ଅଧିକାରୀ ପ୍ରଶାନ୍ତ ରାଉତ , ଚିତ୍ରସେନ ମହାନ୍ତ, ସୁଦିପ୍ତା ସ୍ୱାଇଁ, ଗ୍ରାମ ରୋଜଗାର ସେବକ ତୋଫାନ କୁମାର ମୁଦୁଲି, ଦୀପ୍ତିରଞ୍ଜନ ପଲେଇ ଓ ରଣଜିତ ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁବନ୍ଦୋବସ୍ଥିତ କରିଥିଲେ।
July 18, 2023
0 Comment
312 Views
ଘଟଗାଁରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦୁଝର, ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୧ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ଅଭିଯୋଗର ତ୍ୱରିତ ସମାଧାନ ହେଇଥିବା ବେଳେ ଆଉ ୩୮ ଗୋଟି ଅଭିଯୋଗ ବିଭାଗୀୟ ଅଧିକାରୀଙ୍କ ତର୍ଜମା ଓ ଅନୁସନ୍ଧାନ ନିମନ୍ତେ ପଠାଇଦିଆଯାଇଛି। ଘଟଗାଁ ବିଡ଼ିଓଙ୍କୁ ୧୯, ତହସିଲଦାରଙ୍କୁ ୮, ଘଟଗାଁ ପୁଲିସ ଏସଡିପିଓ, ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିଶୁ... Read More