କେନ୍ଦୁଝର, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଓଡିଶା ର ଲବ୍ଧପ୍ରତିଷ୍ଠିତ ହୃଦୟଚିକିତ୍ସାଳୟ ର ଏକ ଶାଖା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି । ଜଣାଶୁଣା ହୃଦବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ଙ୍କ ଦ୍ୱାରା ସ୍ଥାପିତ ଏହି ହାର୍ଟମେଟ ରେ ଅତ୍ୟାଧୁନିକ ପ୍ରଣାଳୀ ରେ ଇଇସିପି ପଦ୍ଧତି ରେ ବିନା ଅସ୍ତ୍ରୋପଚାର ରେ ହାର୍ଟ ବ୍ଲକ ରେ ସଫଳ ଚିକିତ୍ସା ଅତି ସ୍ୱଳ୍ପ ଖର୍ଚ୍ଚ ରେ ହୋଇପାରିବ । ଯାହାକି ରାଜ୍ୟରେ ପ୍ରଥମ । ଏତଦ ବ୍ୟତୀତ ଏଠାରେ ଅତ୍ୟାଧୁନିକ ପ୍ରଣାଳୀ ରେ ଟ୍ରେଡ଼ମିଲ ଟେଷ୍ଟିଂ, ଇସିଜି, ପାଥୋଲାବ ର ସୁବିଧାମଧ୍ୟ ମିଳିବ ବୋଲି ଡାକ୍ତର ଋଷିକାନ୍ତ ପ୍ରକାଶ କରିଛନ୍ତି । ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଉମେଶ ସାହୁ, ଡାକ୍ତର ସୁରେଶ ମହାପାତ୍ର, ଡାକ୍ତର ମହେଶ ମହାନ୍ତ, ଡାକ୍ତର ମଞ୍ଜୁଲତା ମହାନ୍ତ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
November 28, 2023
0 Comment
152 Views
କେନ୍ଦୁଝର ରେ ହାର୍ଟ ମେଟ ର ଶାଖା ଲୋକାର୍ପିତ
କେନ୍ଦୁଝର, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଓଡିଶା ର ଲବ୍ଧପ୍ରତିଷ୍ଠିତ ହୃଦୟଚିକିତ୍ସାଳୟ ର ଏକ ଶାଖା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି । ଜଣାଶୁଣା ହୃଦବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ଙ୍କ ଦ୍ୱାରା ସ୍ଥାପିତ ଏହି ହାର୍ଟମେଟ ରେ ଅତ୍ୟାଧୁନିକ ପ୍ରଣାଳୀ ରେ ଇଇସିପି ପଦ୍ଧତି ରେ ବିନା ଅସ୍ତ୍ରୋପଚାର ରେ ହାର୍ଟ ବ୍ଲକ ରେ ସଫଳ ଚିକିତ୍ସା ଅତି ସ୍ୱଳ୍ପ ଖର୍ଚ୍ଚ ରେ ହୋଇପାରିବ... Read More