ଭୁବନେଶ୍ୱର : ଆଶ୍ବିନରେ ତାତି କରୁଛି କଲବଲ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଅସହ୍ୟ ତାତି । ଦିନ ୯ଟାରୁ ଟା ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି ।
ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏଥିସହ ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି । ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ତେବେ ସ୍ବାଭାବିକ ଭାବେ ପ୍ରତିବର୍ଷ ଅକ୍ଟୋବର ମାସରେ ତାପମାତ୍ରା ସମାନ୍ୟ ଅଧିକ ଥାଏ । କିନ୍ତୁ ଚଳିତ ବର୍ଷ ମେଘମୁକ୍ତ ଆକାଶ ଏବଂ ବର୍ଷା ନ ଥିବାରୁ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।