ରାଉରକେଲା : ଆଜି ହକି ବିଶ୍ବକପର ଚତୁର୍ଥ ଦିନ । ସୋମବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ‘ସି’ର ଦ୍ଵିତୀୟ ମୁକାବିଲାରେ ଏକତରଫା ବିଜୟ ହାସଲ କରିଛି ଶକ୍ତିଶାଳୀ ନେଦରଲାଣ୍ଡସ ।
ଆଜିର ମ୍ୟାଚ୍ରେ ନେଦରଲାଣ୍ଡସ ନ୍ୟୁଜିଲାଣ୍ଡ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିବା ସହ ଗୋଲ୍ ଦେବାର କୌଣସି ସୁଯୋଗ ଦେଇନଥିଲା। ଦଳ ନ୍ୟୁଜିଲାଣ୍ଡକୁ ୦-୪ରେ ଗୋଲ୍ରେ ହରାଇଛି। କ୍ରମାଗତ ଦ୍ଵିତୀୟ ବିଜୟ ସହ ନେଦରଲାଣ୍ଡସ ୬ ପଏଣ୍ଟ ସହ ଗ୍ରୁପ ‘ସି’ ଟେବୁଲ ଶୀର୍ଷରେ ରହିଛି। ଅନ୍ୟପଟେ ଦ୍ଵିତୀୟ ମ୍ୟାଚ୍ରୁ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟ ଭୋଗିଛି। ଦଳ ୩ ପଏଣ୍ଟ ସହ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି। ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ମାଲେସିଆ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚିଲିକୁ ୩-୨ରେ ହରାଇଥିଲା।