ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆଇସିସି ମହିଳା ଟି-୨୦ ବିଶ୍ବକପ ଆରମ୍ଭ ହେବ । ଏ ନେଇ ଭାରତୀୟ ଦଳ ଘୋଷଣା ହୋଇଛି । ହର୍ମନପ୍ରୀତ କୌର ନେତୃତ୍ବ ନେବେ । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ବ ଦିଆଯାଇଛି । ୧୨ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଭାରତ ଗ୍ରୁପ-୨ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଭାରତ ସହିତ ୱେଷ୍ଟ ଇଣ୍ଡିଜ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ରହିଛନ୍ତି ।
ଭାରତ ଦ୍ବିତୀୟ ମୁକାବିଲାରେ ୧୫ ତାରିଖରେ ୱେଷ୍ଟ ଇଣ୍ଡିଜ, ୧୮ରେ ଇଂଲଣ୍ଡ ଓ ୨୦ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ । ପ୍ରତି ଗ୍ରୁପରେ ଶ୍ରେଷ୍ଠ ଦୁଇ ଦଳ ସେମି ଫାଇନାଲରେ ପ୍ରବେଶ କରିବେ । ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଦଳରେ ଏକ ତିନିଜଣିଆ ରିଜର୍ଭ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଟି-୨୦ ବିଶ୍ବକପ ମାସେ ପୂର୍ବରୁ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏକ ତ୍ରିରାଷ୍ଟ୍ରୀୟ ଟି-ଟ୍ବେଣ୍ଟି ସରିଜି ଖେଳିବ । ଜାନୁଆରେ ୧୯ ତାରିଖରୁ ତ୍ରିରାଷ୍ଟ୍ରୀୟ ସିରିଜ ଆରମ୍ଭ ହେବ ।
ପ୍ରକାଶ ଯେ, ଗତ ବୁଧବାର ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା ହୋଇଛି । ଟି-ଟ୍ବେଣ୍ଟିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ କମାଣ ଥିବାବେଳେ ଦିନିକିଆରେ ରୋହିତ ଶର୍ମା ନେତୃତ୍ବ ନେବେ । ଜାନୁଆରୀ ୩ରୁ ଟି-ଟ୍ବେଣ୍ଟି ମୁକାବିଲା ଆରମ୍ଭ ହେବାକୁ ଥିବାବେଳେ ୧୦ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିିରିଜିରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।
ଭାରତୀୟ ସ୍କ୍ବାର୍ଡ…
ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା ( ଉପ ଅଧିନାୟିକା), ସେଫାଳି ବର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମି ରେଡ୍ରିଗ୍ସ, ହର୍ଲିନ ଦେୱଲ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳୀ ସରବାନୀ, ପୂଜା ବସ୍ତ୍ରାକାର, ରାଜେଶ୍ବରୀ ଗାଏକ୍ବାର୍ଡ, ଶିଖା ପାଣ୍ଡେ ।