ବଲାଙ୍ଗୀର : ଚଳିତବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ କପି ରୋକିବା ଓ ପ୍ରଶ୍ନପତ୍ର ଲିକ୍ ନିମନ୍ତେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ଏତେ ପରେ ମଧ୍ୟ ପିଛା ଛାଡୁନି ପ୍ରଶ୍ନପତ୍ର ଲିକ୍ ଘଟଣା। ପ୍ରଥମ ଦିନରୁ ହିଁ ମାଟ୍ରିକ ପରିକ୍ଷାରେ ବିଭ୍ରାଟ ସାମ୍ନାକୁ ଆସିଥିଲା। ଆଜି ବଲାଙ୍ଗୀରରେ ମଧ୍ୟ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏପରିକି ପରିକ୍ଷା ସକାଳ ୮ଟାରେ ଆରମ୍ଭ ହେଉଥିବାବେଳେ ସକାଳ ୭.୩୦ରେ ମାଟ୍ରିକ ପ୍ରଶ୍ନପତ୍ର ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ଆଜି ଇତିହାସ ଓ ରାଜନୀତି ବିଷୟ ପରିକ୍ଷା ପ୍ରଶ୍ନପତ୍ର ବଲାଙ୍ଗୀରରେ ଲିକ୍ ହୋଇଛି। ଫଳରେ ଚଳିତବର୍ଷ ପରିକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶ୍ନପତ୍ର ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ।