ବାଲେଶ୍ୱର : ଆଜିଠୁ ବାଲେଶ୍ୱର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ମିଳିବ ଇଣ୍ଟରନେଟ୍ ସେବା । ଏଥିସହ ସୋମବାର ଠାରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ମିଳିବ । କର୍ଫ୍ୟୁ କୋହଳ ସହ କଟକଣା କମ୍ କରାଯିବ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବାକୁ ଥିବା ବେଳେ ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ସେହିପରି ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ସମ୍ପୂର୍ଣ୍ଣ କଟକଣା ହଟାଯାଇଥିବାର ଜଣାପଡିଛି । ଅନ୍ୟପଟେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ୨୯ଟି ମାମଲା ରୁଜୁ ହୋଇଥିବା ସମୟରେ ୮୯ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ସୂଚନା ଯେ, ଦଙ୍ଗା ପାଇଁ ବାଲେଶ୍ୱରରେ କର୍ଫ୍ୟୁ ଲାଗିବା କାରଣରୁ ଇଣ୍ଟରନେଟ ସେବା ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ଧିରେଧିରେ ସ୍ୱାଭାବିକ ହେବାରେ ଲାଗିଛି ଜୀବନ। ଦଙ୍ଗା ପରଠାରୁ ବାଲେଶ୍ୱରବାସୀ ସହରର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ଫଳରେ ଲୋକେ ମୋବାଇଲରେ ଇଣ୍ଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।