ନୂଆଦିଲ୍ଲୀ : ଆଜି ଆୟକର ରିଟର୍ଣ୍ଣ କରିବାର ଶେଷ ତାରିଖ । ଯଦି ଆପଣ ଆୟକର ରିଟର୍ଣ୍ଣ କରିନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ । କାରଣ ଆପଣଙ୍କ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି । ଏହି ସମୟ ଭିତରେ ୨୦୨୨-୨୩ ଆର୍ଥିକ ବର୍ଷ ଓ ଆସେସମେଣ୍ଟ ଇୟର ୨୦୨୩-୨୪ ପାଇଁ ଆଇଟିଆର ଫାଇଲ କରିବାକୁ ହେବ ।
ଗତକାଲି ସୁଦ୍ଧା ୬ କୋଟିରୁ ଅଧିକ ଆଇଟିଆର ଦାଖଲ କରାଯାଇଛି। ସେଥିରୁ ପ୍ରାୟ ୨୬.୭୬ ଲକ୍ଷ ଆଇଟିଆର ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଦାଖଲ କରାଯାଇଛି। ୬ଟା ୩୦ ପର୍ଯ୍ୟନ୍ତ ଇ-ଫାଇଲ୍ ପୋର୍ଟାଲରେ ସଫଳ ଲଗ ଇନ୍ କରାଯାଇଥିଲା। ଯଦି ଆପଣ ଏହି ଦିନରେ ମଧ୍ୟ ଆଇଟିଆର ଦାଖଲ କରିବାକୁ ମିସ୍ କରନ୍ତି, ତେବେ ଆପଣ ପେନାଲ୍ଟି ସହିତ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିଳମ୍ବିତ ରିଟର୍ଣ୍ଣ ଫାଇଲ୍ କରିପାରିବେ। ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବାର ମୂଳ ସମୟସୀମା ଶେଷ ହେବା ପରେ ବିଳମ୍ବିତ ରିଟର୍ଣ୍ଣ ଦାଖଲ କରିବାର ଏକ ସୁଯୋଗ ରହିଛି।