କେନ୍ଦୁଝର, ସାରା ଦେଶ ପାଳୁଛି ୭୭ ତମ ସ୍ବାଧୀନତା ଦିବସ । ଏହି ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖୁବ୍ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ ହୋଇଛି । ଜିଲ୍ଲା ସଦର ମହକୁମାସ୍ଥିତ ଧରଣୀଧର ମହାବିଦ୍ୟାଳୟ ପଡ଼ିଆଠାରେ ଏହି କ୍ରମରେ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଓଡ଼ିଶା ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଉଦବୋଧନରେ ଜିଲ୍ଲାର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକେଇବା ସହ ଖଣି ଏବଂ ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲା ରାଜ୍ୟ ତଥା ଦେଶକୁ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ପତାକା ଉତ୍ତୋଳନ ପୂର୍ବରୁ ମନ୍ତ୍ରୀ ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
August 15, 2023
0 Comment
106 Views
କେନ୍ଦୁଝର ସଦର ମହକୁମାରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
କେନ୍ଦୁଝର, ସାରା ଦେଶ ପାଳୁଛି ୭୭ ତମ ସ୍ବାଧୀନତା ଦିବସ । ଏହି ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖୁବ୍ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ ହୋଇଛି । ଜିଲ୍ଲା ସଦର ମହକୁମାସ୍ଥିତ ଧରଣୀଧର ମହାବିଦ୍ୟାଳୟ ପଡ଼ିଆଠାରେ ଏହି କ୍ରମରେ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଓଡ଼ିଶା ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ... Read More