କୋଲକାତା : ବିଶ୍ୱକପ୍ ୨୦୨୩ । କୋଲକାତାରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା । ତେବେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଭାରତୀୟ ଟିମ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଭାରତ ବର୍ତ୍ତମାନ ସୁଦ୍ଧା ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ସମସ୍ତ ୭ଟି ମୁକାବିଲାରେ ବିଜୟୀ ହୋଇସାରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ ରହିଛି । ଚଳିତ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ସମସ୍ତ ବିଭାଗ ଦମ୍ଦାର ପ୍ରଦର୍ଶନ କରୁଛି । ଯାହାଫଳରେ ଟିମ୍ ପ୍ରତି ମ୍ୟାଚ୍କୁ ଅଲ୍ରାଉଣ୍ଡର ପ୍ରଦର୍ଶନ ବଳରେ ଜିତିପାରୁଛି ।
ସେପଟ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ଜବରଦସ୍ତ ଫର୍ମରେ ରହିଛି । ଏବେ ସୁଦ୍ଧା ଟିମ୍ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୬ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୨ୟ ସ୍ଥାନରେ ରହିଛି । ତେବେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବେଶ୍ ଦୃଢ ଥିବା ବେଳେ ବୋଲିଂ ବିଭାଗରେ ଟିକିଏ ଦୁର୍ବଳତା ରହିଛି । ଯାହାକି ଟିମ୍ ପାଇଁ ଅନେକ ସମୟରେ କଠିନ୍ ପରିସ୍ଥିତି ଛିଡା କରିଛି ।
ତେବେ ଉଭୟ ଟିମ୍ ଚଳିତ ବିଶ୍ୱକପ୍ରେ ସେମିଫାଇନାଲ୍ ମୁକାବିଲା ପାଇଁ କ୍ୱାଲିଫାଇ କରିସାରିଛନ୍ତି । ଆଜିର ଲଢେଇ, କେବଳ ପଏଣ୍ଟ ଟେବୁଲ୍ର ଟପ୍ ସ୍ଥାନ ପାଇଁ । ଦେଖାଯାଉ ରବିବାର ମ୍ୟାଚ୍ରେ କିଏ ମାରୁଛି ବାଜି ?