ସମ୍ବଲପୁର : ସମ୍ବଲପୁର ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଫଳରେ ଦୀର୍ଘ ଦିନର ବ୍ୟବଧାନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ରବିବାର ସକାଳ ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି ।
ସୂଚନା ଯେ, ସମ୍ବଲପୁରରେ ହିଂସା ପରିସ୍ଥିତି ପରେ ଗତ ୧୩ ତାରିଖ ଦିନ ୧୦ଟାରୁ ଇଣ୍ଟରନେଟ ସେବାକୁ ବନ୍ଦ ରଖିଥିଲା ପ୍ରଶାସନ । ସେହିପରି ଆଜିଠାରୁ କର୍ଫ୍ୟୁ ସମୟରେ ୧୫ ଘଣ୍ଟା କୋହଳ ହୋଇଛି । ଏଣିକି ସକାଳ ୫ଟାରୁ ରାତ୍ରୀ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ । ସ୍ଥିତିରେ ସୁଧାର ଆସୁଥିବା ଦେଖି ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।