ନୂଆଦିଲ୍ଲୀ: ଗାଜା ପରେ ଓ୍ବେଷ୍ଟ ବ୍ୟାଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏଥିରେ ୨ଜଣ ଲୋକ ସହିତ ଅଲ୍-ଅନସର ମସଜିଦ୍ ଧ୍ବଂସ ହୋଇଛି । ଲେବାନନର କିଛି ଆତଙ୍କୀ ଠିକଣାକୁ ଧ୍ବଂସ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦାବି କରିଛନ୍ତି । ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିବାକୁ ଷଡ଼ଯନ୍ତ୍ର ରଚୁଥିବା ନେଇ ସୂଚନା ମିଳିବା ପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି । ଦକ୍ଷିଣ ଲେବାନନ ଉପରେ ରକେଟ୍ ମାଡ଼ ହୋଇଛି ଯେଉଁମାନେ ଉତ୍ତର ସମୁଦାୟ ବିରୋଧରେ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ରଖି ଆକ୍ରମଣ ପାଇଁ ଯୋଜନା କରୁଥିଲେ ।
ଇସ୍ରାଏଲ ଡିଫେନ୍ସ ଫୋର୍ସ ଆତଙ୍କବାଦୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଥିବାର ଭିଡିଓ ମଧ୍ୟ ଜାରି କରିଛି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଇଡିଏଫ୍ ହମାସ୍ ସହିତ ଇରାନ ସମର୍ଥିତ ହିଲବୁଲ୍ଲା ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ୍ କରୁଛି । ଗୋଟିଏ ଗୋଟିଏ ଆତଙ୍କୀ ଠିକଣାକୁ ମିସାଇଲ୍ ମାଡ଼ କରି ଧ୍ବଂସ କରୁଛି । ଏହି ହମଲାରେ ଆଇଡିଏଫ ମୁଖପାତ୍ର କରିଛନ୍ତି, ହମାସର ଡେପୁଟି କମାଣ୍ଡର ନିହତ ହୋଇଛି । ଶନିବାର ଇଜିପ୍ଟରେ ଜାତିସଂଘର ଶାନ୍ତି କମିଟି ବୈଠକ ବସିଥିବା ବେଳେ ଓ୍ବେଷ୍ଟ ବ୍ୟାଙ୍କ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା ।