ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ଜଣ ଓ ତୃତୀୟ ପର୍ଯ୍ୟାୟ ପାଇଁ ୧୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ଭୋଟ ଗ୍ରହଣ କରାଯିବ। ବିଜେପି ରାଜପୋରାରୁ ଅର୍ଶିଦ ଭଟ୍ଟ, ସୋପିୟାଁରୁ ଜାଭେଦ ଅହମ୍ମଦ କାଦରୀ, ଅନନ୍ତବାଗ ପଶ୍ଚିମରୁ ମହମ୍ମଦ ରଫିକ ୱାନିଙ୍କୁ ପ୍ରାର୍ଥୀ କରିଛି। ଅନନ୍ତନାଗରୁ ଆଇନଜୀବୀ ସୟଦ ୱାଜାହତ, କିସ୍ତୱାଡାରୁ ଶଗୁନ ପରିହାର ଓ ଡୋଡାରୁ ଗଜୟ ସିଂହ ରାଣା ପ୍ରତିଦ୍ୱନ୍ଦ୍ୱିତା କରିବେ। ରବିବାର ବିଜେପିର କେନ୍ଦ୍ରୀୟ କମିଟି ବୈଠକ ପରେ ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।
August 26, 2024
0 Comment
56 Views
ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ : ୪୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି
by Editor
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ଜଣ ଓ ତୃତୀୟ ପର୍ଯ୍ୟାୟ ପାଇଁ ୧୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ଭୋଟ ଗ୍ରହଣ କରାଯିବ। ବିଜେପି ରାଜପୋରାରୁ ଅର୍ଶିଦ ଭଟ୍ଟ, ସୋପିୟାଁରୁ ଜାଭେଦ ଅହମ୍ମଦ କାଦରୀ, ଅନନ୍ତବାଗ ପଶ୍ଚିମରୁ ମହମ୍ମଦ ରଫିକ ୱାନିଙ୍କୁ... Read More