କେନ୍ଦୁଝର,୧୧।୧୨: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ନୂଆ – ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ତରଫରୁ ସ୍ଥାନୀୟ ମଣ୍ଡୁଆ ଗ୍ରାମରେ ସାମାଜିକ କାର୍ଯ୍ୟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀମାନେ ଏକ ରାଲିରେ ମହାବିଦ୍ୟାଳୟଠାରୁ ବାହାରି ନିକଟସ୍ଥ ମଣ୍ଡୁଆ ଗ୍ରାମ ଯାଇ ସଫେଇ କରିଥିଲେ। ମଣ୍ଡୁଆ ଗ୍ରାମରେ ସାମାଜିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ ପ୍ରଭାକର ନାଏକ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶକୁ ସଫା ସୁତୁରା ରଖିବାକୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ନୋଡାଲ ଅଧିକାରୀ ଡ଼ ସୁଷମା ନାୟକ,ଡ଼ ମୋନାଲିସା ଦାସ,ରାଧାକୃଷ୍ଣ ସାହୁ, ସତ୍ୟବ୍ରତ ପୂର୍ତ୍ତି ପରିଚାଳନା ଦାୟିତ୍ବ ନେଇଥିଲେ ତଥା ଅନେକ ଅଧ୍ୟାପକ ଅଧ୍ୟାପିକା ଛାତ୍ରୀମାନଙ୍କ ସହ ମିଶି ଆୟୋଜିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ ପରିବେଶକୁ ସଫା ରଖିବା କାର୍ଯ୍ୟ କୁ ସ୍ୱାଗତ କରିଥିଲେ। ଗ୍ରାମର ବରିଷ୍ଠ ନାଗରିକ ପ୍ରଭାକର ନାଏକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଡ଼ ମୋନାଲିସା ଦାସ ଯୁବ ରେଡ଼କ୍ରସ ଅଧିକାରିଣୀ ଏହି କାର୍ଯ୍ୟକ୍ରମର ନେତୃତ୍ୱ କରିଥିଲେ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଣ୍ଡୁଆ ଗ୍ରାମରେ ଶୈଶବ ବିହାର, ସାକ୍ଷରତା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀମାନଙ୍କୁ ଡ଼ଷ୍ଟବିନ,ବ୍ଲଚିଂ ପାଉଡର ତଥା ଅନ୍ୟାନ୍ୟ ଉପକରଣ ଦେବାର ବ୍ୟବସ୍ଥା କରାଯାଇଛି। ସଭା ଶେଷରେ ଛାତ୍ରୀ ସ୍ନିଗ୍ଧାରାଣୀ ସାମଲ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
December 11, 2023
0 Comment
201 Views
ସରକାରୀ ମହିଳା ମହାବିଦ୍ୟାଳୟ ର ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ନୂଆ ଓଡ଼ିଶା କାର୍ଯ୍ୟକ୍ରମ
କେନ୍ଦୁଝର,୧୧।୧୨: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ନୂଆ – ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ତରଫରୁ ସ୍ଥାନୀୟ ମଣ୍ଡୁଆ ଗ୍ରାମରେ ସାମାଜିକ କାର୍ଯ୍ୟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀମାନେ ଏକ ରାଲିରେ ମହାବିଦ୍ୟାଳୟଠାରୁ ବାହାରି ନିକଟସ୍ଥ ମଣ୍ଡୁଆ ଗ୍ରାମ ଯାଇ... Read More