ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏହି ମାମଲାରେ ଜୁନ ୨୬ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ସିବିଆଇ ହେପାଜତରେ ତିନିଦିନ ରହିବା ପରେ ଶନିବାର କେଜ୍ରିଓ୍ବାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଳିତବର୍ଷ ମାର୍ଚ୍ଚ ୨୫ରେ କେଜ୍ରିଓ୍ବାଲଙ୍କୁ ପ୍ରଥମେ ଗିରଫ କରିଥିଲା। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଏକାଧିକ ଥର ନାମଞ୍ଜୁର ହେବା ପରେ ସୁପ୍ରିମକୋର୍ଟ ଶେଷରେ ମେ’୧୦ରେ କେଜ୍ରିଓ୍ବାଲଙ୍କୁ ୨୧ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
June 30, 2024
0 Comment
81 Views
ଜୁଲାଇ ୧୨ ପର୍ଯ୍ୟନ୍ତ ବଢ଼ିଲା କେଜ୍ରିଓ୍ବାଲଙ୍କ ହାଜତ ମିଆଦ
by Editor
ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏହି ମାମଲାରେ ଜୁନ ୨୬ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା। ସିବିଆଇ ହେପାଜତରେ ତିନିଦିନ ରହିବା ପରେ ଶନିବାର କେଜ୍ରିଓ୍ବାଲଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଳିତବର୍ଷ ମାର୍ଚ୍ଚ ୨୫ରେ କେଜ୍ରିଓ୍ବାଲଙ୍କୁ ପ୍ରଥମେ ଗିରଫ କରିଥିଲା।... Read More