କେନ୍ଦୁଝର, କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ। ଜୁଲାଇରୁ ଅବଧି ସରିଥିଲେ ହେଁ ବିନା ଆଲୋଚନାରେ ପୂର୍ବ ଠିକାସଂସ୍ଥାଙ୍କୁ ସଫେଇ କାମ ଦିଆଯାଇଥିବା ଏବଂ ନିୟମ ଖିଲାପ କରି ବିନା କାଉନସିଲରଙ୍କ ଦସ୍ତଖତରେ ବେଆଇନ ଭାବରେ ଅଗଷ୍ଟ ୨୦୨୨ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିଲ୍ ପୈଠ ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଦିବସ ପାଳନକୁ ବର୍ଜନ କରିଥିବା କହିଛନ୍ତି। ଫଳରେ ଏଭଳି ବର୍ଜନ ପୌରପାଳିକାରେ ଚାଲିଥିବା ବେଆଇନ କାମକୁ ଉଜାଗର କରିଥିବା ବେଳେ ବ୍ୟୟବହୁଳ ଦିବସ ପାଳନକୁ ଶକ୍ତ ଧକ୍କା ଲାଗିଛି। ପୌରପାଳିକାରେ ଗତ ୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଥା ବିଭାଗୀୟ ତଦନ୍ତ ହେଲେ ବହୁ ଦୁର୍ନୀତି ପଦାକୁ ଆସିବା ସହ ଅନିୟମତତା ପଦାକୁ ଆସିବ ବୋଲି ବହୁ ପୂର୍ବତନ କାଉନସିଲର ଓ ବର୍ତ୍ତମାନର କାଉନସିଲର ଦାବି କରିଛନ୍ତି। ଜିଲା ପ୍ରଶାସନ ଏନେଇ ଚୁପ ରହୁଥିବାରୁ ପ୍ରଶାସନିକ ଅଧିକାରୀଙ୍କ ଭୂମିକାକୁ ସନ୍ଦେହ ବ୍ୟକ୍ତ କରି ତଦନ୍ତ କରିବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି।
August 31, 2023
0 Comment
262 Views
ସ୍ବାୟତ୍ତ ଶାସନ ଦିବସ ପାଳନକୁ ବର୍ଜନ କଲେ କାଉନସିଲର
କେନ୍ଦୁଝର, କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ। ଜୁଲାଇରୁ ଅବଧି ସରିଥିଲେ ହେଁ ବିନା ଆଲୋଚନାରେ ପୂର୍ବ ଠିକାସଂସ୍ଥାଙ୍କୁ ସଫେଇ କାମ ଦିଆଯାଇଥିବା ଏବଂ ନିୟମ ଖିଲାପ କରି ବିନା କାଉନସିଲରଙ୍କ ଦସ୍ତଖତରେ ବେଆଇନ ଭାବରେ ଅଗଷ୍ଟ ୨୦୨୨ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିଲ୍ ପୈଠ ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଦିବସ ପାଳନକୁ ବର୍ଜନ କରିଥିବା କହିଛନ୍ତି। ଫଳରେ... Read More