କେନ୍ଦୁଝର, ଆଗ ପଛ ହୋଇ ଅଫେରନ୍ତା ରାଇଜକୁ ଚାଲିଗଲେ ବାପା ମା । ଏପଟେ ଅନାଥ ହୋଇଗଲେ ଚାରୋଟି କୋମଳମତି ନିରିହ ନିଷ୍ପାପ ଶିଶୁ । ଏତେ ବଡ ଦୁନିଆରେ ସଂପୁର୍ଣ୍ଣ ଏକା ହୋଇଗଲେ ଚାରୋଟି ଶିଶୁ । କିମିତି ଏତେ ବଡ ଦୁନିଆରେ ବଚିଂବେ ଏହି ଅନାଥ ଶିଶୁମାନେ । କଣ ହେବ ଏମାନଙ୍କର ଭବିଷ୍ୟତ । ତାହା ହିଁ ଏବେ ଏକ ବଡ ପ୍ରଶ୍ନ । ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଟିକରପଡା ଗ୍ରାମର ବୁରୁଡିସାହୀରେ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡା ପଂଚାୟତ ଟିକରପଡା ଗ୍ରାମର ବରୁଡିହି ସାହିର ମାଇନ ମାଝୀ ସୋମବାର ରାତି ରେ ସାନପୁଅ ରମେଶ ସହ ଘରେ ତଳେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ସକାଳୁ ସକାଳୁ ଏ ସଂପର୍କରେ ପରିବାର ଲୋକ ଜାଣିବା ବେଳକୁ ସାପର ବିଷ ମାଇନର ଶରାରେ ଚଢି ଯାଇଥିଲା । ଏବଂ ସେ ଚେତାଶୂନ୍ୟ ହେଇ ପଡିଥିଲା । ପରେ ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲେ ମଧ୍ୟ ଏଠାରେ ଡାକ୍ତର ( ଚିକିତ୍ସକ) ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ଠାରେ ସୂଚନାଯୋଗ୍ୟ ଯେ ମାଇନା ଙ୍କ ସ୍ୱାମୀ ମହେନ୍ଦ୍ର ମାଝୀ ଦୁଇ ବର୍ଷ ପୂର୍ବେ ଏଜମା ରୋଗରେ ଆରପାରିକୁ ଚାଲି ଯାଇଛନ୍ତି । ଫଲରେ ପତ୍ନୀ ମଇନା ବାର ଦୁଆରେ କାମ ଓ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଯାହା କିଛି ମିଳୁଥିଲା ତିନପୁଅ ଓ ଗୋଟିଏ ପୁଅ କୁ ନେଇ କଷ୍ଠେ ମଷ୍ଟେ ଚଲି ଯାଉଥିଲା ପରିବାର । ଏବେ ବଡପୁଅ ଆକାଶ ମାଝୀକୁ ଏବେ ପ୍ରାୟ ୧୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅ ସିଲୁ ମାଝୀକୁ ୧୨ ବର୍ଷ ତୃତୀୟ ଝିଅ ରିନାକୁ ୧୦ ବର୍ଷ ଓ ସାନପୁଅ ରମେଶେ ମାଝୀ କୁ ୭ ବର୍ଷ । ଦୁଇ ପୁଅ ଆକାଶ ଓ ସିଲୁ ସହ ଝିଅ ରିନା ହଷ୍ଟେଲ ରେ ରହୁଥିବା ବେଳେ ସାନପୁଅ ରମେଶ ମାଆ ପାଖରେ ରହି ଅଙ୍ଗନବାଡିରେ ପଢୁଥିଲା । ସମସ୍ତଙ୍କ କଥା ଏକା ମାଆ ମଇନା ହିଁ ବୁଝୁଥିଲା । ଏବେ ମାଆ ଆରପାରିକୁ ଚାଲିଯିବା ପରେ ସଂପୁର୍ଣ୍ଣ ଅନାଥ ହୋଇପଡିଛନ୍ତି ଚାରିଜଣ ଶିଶୁ । ଦୁନିଆକୁ ଜାଣିବା ପୂର୍ବରୁ ମା ବାପ ଛେଉଣ୍ଡ ହୋଇ ଏତେବଡ ଦୁନିଆଟାରେ ଏକା ହୋଇ ପଡିଛନ୍ତି ଏହି ନିରୀହ ନିଷ୍ପାପ ୪ଟି ଶିଶୁ । ଅବଶ୍ୟ ପିଲାଙ୍କର ସଂପର୍କିୟ ଓ ଗାଁ ଲେକମାନେ ଏବେ ଏହି ଦୁଖଃଦ ସମୟରେ ପିଲାଙ୍କ ପାଖରେ ରହି ସେମାନଙ୍କର ଖିଆ ପିଆ ଭଲ ମନ୍ଦ କଥା ସବୁ ବୁଝୁଛନ୍ତି । କିନ୍ତୁ ସେମାନଙ୍କର ଅବସ୍ଥା ମଧ୍ୟ ସ୍ୱଛଳ ନୁହେଁ । ତେଣୁ ସେମାନେ ମଧ୍ୟ ସବୁଦିନ ପିଲାମାନଙ୍କର କଥା କଥା ବୁଝିବା ସମ୍ଭବ ନୁହେଁ ଅବଶ୍ୟ ସୂଚନା ଦେଇଛନ୍ତି ।
July 22, 2023
0 Comment
187 Views
ଆରପାରିରେ ବାପ ମା, କଣ ହେବ ୪ଟି କୋମଳମତି ଅନାଥଙ୍କ ଭବିଷ୍ୟତ
କେନ୍ଦୁଝର, ଆଗ ପଛ ହୋଇ ଅଫେରନ୍ତା ରାଇଜକୁ ଚାଲିଗଲେ ବାପା ମା । ଏପଟେ ଅନାଥ ହୋଇଗଲେ ଚାରୋଟି କୋମଳମତି ନିରିହ ନିଷ୍ପାପ ଶିଶୁ । ଏତେ ବଡ ଦୁନିଆରେ ସଂପୁର୍ଣ୍ଣ ଏକା ହୋଇଗଲେ ଚାରୋଟି ଶିଶୁ । କିମିତି ଏତେ ବଡ ଦୁନିଆରେ ବଚିଂବେ ଏହି ଅନାଥ ଶିଶୁମାନେ । କଣ ହେବ ଏମାନଙ୍କର ଭବିଷ୍ୟତ । ତାହା ହିଁ ଏବେ ଏକ ବଡ ପ୍ରଶ୍ନ । ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି... Read More