କାକଟପୁର : ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର। ଫଳରେ ପର୍ଯ୍ୟଟକମାନ ବ୍ଲାକ ପାଗୋଡ଼ା ଦେଖିବାରୁ ବଞ୍ଚିତ ହୋଇଥିଲେ। ବଡ଼ଦିନ ଉପଲକ୍ଷେ ଆଜି ସକାଳୁ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ହେଲେ ଏତେ କୁହୁଡ଼ି ଥିଲା ଯେ ପର୍ଯ୍ୟଟକମାନେ ବ୍ଲାକ ପାଗୋଡ଼ାର ସୌନ୍ଦର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ। କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ଅସୁବିଧା ହୋଇଥିଲା ।
ସେହିପରି ଅସ୍ତରଙ୍ଗରେ ବି ଘନ କୁହୁଡି ଦେଖାଯାଇଛି । ଦୁଇଦିନ ହେବ ଅସ୍ତରଙ୍ଗ ଓ କାକଟପୁରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡିର ବହଳିଆ ଆସ୍ତରଣ ଯୋଗୁ ନିକଟରୁ ଦେଖିବା ସମ୍ଭବ ହେଉ ନାହିଁ। ଫଳରେ ଗାଡି ମୋଟର ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି ।