କେନ୍ଦୁଝର, ଜୁଡିଆ ଫାର୍ମସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷକ ସମ୍ମାନ ସମାରୋହ ଏବଂ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ତା
୨୪.୧୨.୨୦୨୩ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି
ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ
ମହିଳା ଚାଷୀ ଯୋଗଦାନ କରିଥିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମହୋଦୟ ଯୋଗଦାନକରି ଚାଷୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । କୃଷକର କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ କୃଷକ ସମ୍ମାନନିଧି ବେଶ ସହାୟକ ହୋଇପାରିଛି ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । କୃଷି ବୈଜ୍ଞାନିକମାନେ ଚାଷୀ କ୍ଷେତକୁ ପରିଭ୍ରମଣ କରି ସମସ୍ୟାର ସମାଧାନ କରନ୍ତୁ ସେହିପରି ଚାଷୀମାନେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସି ସେଠାରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ କୃଷି ଭିତିକ ପ୍ରଦର୍ଶନୀ ଗୁଡ଼ିକ ଦେଖନ୍ତୁ, ଶିଖନ୍ତୁ ଏବଂ ନିଜ ନିଜ ଜମିରେ ଏହାକୁ କରିବାକୁ ପ୍ରୟାସ କରନ୍ତୁ । ଚାଷୀର ଆୟକୁ ଦ୍ବିଗୁଣ କରିବା ଭାରତ ସରକାରଙ୍କ ଲକ୍ଷ୍ୟ ଏବଂ ଏହାର ପୂର୍ତି ଖୁବ୍ ଶିଘ୍ର ହେବ ବୋଲି ସେ । ଆଦିବାସୀମାନଙ୍କ ଦ୍ବାରା ଚାଷ କରାଯାଉଥିବା ଦୋହରାଇଥିଲେ କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ, ସୁଆଁ ଆଜି ସାରା ଦେଶରେ ଆଦୃତ ଲାଭ କରୁଛି, ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଜି-୨୦ ଭଳି ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧୁମାନଙ୍କୁ ଖାଦ୍ୟଭାବେ ପରୋଶା ଯାଇ, ଶ୍ରୀଅନ୍ନ ଯୋଜନାକୁ ଦେଶରେ ବ୍ୟାପକ ଭାବରେ ପ୍ରସାରକରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ସ୍ଥାନୀୟ ମାନ୍ୟବର ବିଧାୟକ ମୋହନ ମାଝୀ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ସମ୍ବୋଧୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ସୁକାନ୍ତ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ, ଶିକ୍ଷା ସଂପ୍ରସାରଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର ପରିଚାଳନା କରିଥିଲେ । ଏହି ଅବସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଅଟାରୀ ଜୋନ-୫ର ନିର୍ଦ୍ଦେଶକ ଡ଼. ପ୍ରଦୀପ କୁମାର ଦେ, କେନ୍ଦ୍ର ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ ନାୟକ, ଆଂଚଳିକ ଗବେଷଣା କେନ୍ଦ୍ରର ମୁଖ୍ୟ ଡ଼ କିଶୋରଚନ୍ଦ୍ର ସାହୁ, କୃଷି ବିଜ୍ଞାନ କେନ୍ଦ୍ର, ଆଂଚଳିକ ଗବେଷଣା କେନ୍ଦ୍ର ଏବଂ ଆଗ୍ରୋ ପଲିଟେକନିକ୍ର ସମସ୍ତ କର୍ମଚାରୀ ମିଳିମିଶି ଏହାକୁ ସଫଳ
କରିଥିଲେ । ଏହି ଅବସରରେ ଏକ ପ୍ରଦର୍ଶନୀ ଏବଂ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଚାଷୀମାନେ ସେମାନଙ୍କ ସମସ୍ୟାର ସମାଧାନ ବୈଜ୍ଞାନିକମାନଙ୍କ ଠାରୁ ପଚାରି ବୁଝିଥିଲେ ଏବଂ ଆୟୋଜିତ ପ୍ରଦର୍ଶନୀକୁ ଦେଖୁ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ଅବଗତ ହୋଇଥ୍ଲେ । ପରିଶେଷରେ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡ଼.ଲିପସା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
December 24, 2023
0 Comment
183 Views
କୃଷକ ସମ୍ମାନ ସମାରୋହ ଅନୁଷ୍ଠିତ
କେନ୍ଦୁଝର, ଜୁଡିଆ ଫାର୍ମସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷକ ସମ୍ମାନ ସମାରୋହ ଏବଂ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ତା୨୪.୧୨.୨୦୨୩ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ପୁରୁଷ ଓମହିଳା ଚାଷୀ ଯୋଗଦାନ କରିଥିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମହୋଦୟ ଯୋଗଦାନକରି ଚାଷୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । କୃଷକର କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ... Read More