ନୂଆଦିଲ୍ଲୀ : ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟରେ କୁଲଦୀପ ଯାଦବ । ଟିମ୍ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ବୋଲିଂ । ଏହାସହ ହାସଲ କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ । କୁଲଦୀପ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୦ ୱିକେଟ୍ ପୂରଣ କରିଛନ୍ତି ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଏହି ଅବଧି ମଧ୍ୟରେ କୁଲଦୀପ ୧୦୦ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ବାସ୍ତବରେ ସବୁଠାରୁ କମ୍ ମ୍ୟାଚରେ ୫୦ ଓ୍ବିକେଟ ନେବାରେ ଭାଙ୍ଗିଛନ୍ତି ୧୦୦ ବର୍ଷର ରେକର୍ଡ । କୁଲଦୀପ ଏପରି କରି ଭାରତୀୟ ବୋଲର ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । କୁଲଦୀପ ୧୮୭୧ ବଲ ଫିଙ୍ଗି ୫୦ ୱିକେଟ୍ ପୁରା କରିଛନ୍ତି । ବର୍ତ୍ତମାନ ଯାଏଁ ତାଙ୍କ କ୍ୟାରିଅର୍ ସାନଦାର୍ ରହିଛି । ଯଦି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ୍ ନେଇଥିବା ବୋଲରଙ୍କ ତାଲିକା ଦେଖିବା, ତେବେ କୁଲଦୀପ ୪୩ତମ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ଅନିଲ କୁମ୍ବଲେ ଶୀର୍ଷରେ ଅଛନ୍ତି । ୧୩୨ ଟେଷ୍ଟ ମ୍ୟାଚରେ କୁମ୍ବଲେ ୬୧୯ ୱିକେଟ୍ ନେଇଥିଲେ । ଯେଉଁଠାରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହାପଛକୁ ଅର୍ଥାତ୍ ୩ୟ ସ୍ଥାନରେ ଅଛନ୍ତି କପିଲ ଦେବ । ସେ ୧୩୧ ଟି ମ୍ୟାଚରେ ୪୩୪ଟି ୱିକେଟ୍ ନେଇଛନ୍ତି।