କେନ୍ଦୁଝର, ଆଜି ସକାଳେ କେନ୍ଦୁଝର ଜିଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିଥିବା ସୂଚନା ମିଳିଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଘାଟିରେ ଗୋଟିଏ ମିନି ଟ୍ରକ୍ ଯାଉଥିବାବେଳେ ତାହା ଉପରେ ପଥର ଖଣ୍ଡ ଧସିଯାଇଛି । ଫଳରେ ଗାଡ଼ିଟି ଅଟକି ରହିଛି। ବଡ଼ ବଡ଼ ପଥର ଖଣ୍ଡ ରାସ୍ତାରେ ଛିଟିକି ପଡ଼ିଥିବାରୁ ଏନଏଚ୍ -୪୯ର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଯାଇଛି । ଗୋଟିଏ ପାର୍ଶ୍ୱ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
August 2, 2023
0 Comment
131 Views
ଜୁଡ଼ିଆ ଘାଟିରେ ଭୂସ୍ଖଳନ, ପାହାଡ଼ ଧସି ରାସ୍ତାରେ ପଥର
କେନ୍ଦୁଝର, ଆଜି ସକାଳେ କେନ୍ଦୁଝର ଜିଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିଥିବା ସୂଚନା ମିଳିଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଘାଟିରେ ଗୋଟିଏ ମିନି ଟ୍ରକ୍ ଯାଉଥିବାବେଳେ ତାହା ଉପରେ ପଥର ଖଣ୍ଡ ଧସିଯାଇଛି । ଫଳରେ ଗାଡ଼ିଟି ଅଟକି ରହିଛି। ବଡ଼ ବଡ଼ ପଥର ଖଣ୍ଡ ରାସ୍ତାରେ ଛିଟିକି ପଡ଼ିଥିବାରୁ ଏନଏଚ୍ -୪୯ର ଗୋଟିଏ... Read More