କେନ୍ଦୁଝର, କେନ୍ଦୁଝର ସହର ସ୍ଥିତ ଭୂତେଶ୍ୱର ମହାଲକ୍ଷ୍ମୀ ପୂଜା କମିଟି ବଡହଳ ରେ ଆୟୋଜିତ ଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଶନିବାର ଠାରୁ ନୀତିକାନ୍ତି ଅନୁସାରେ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ୫ ଦିନ ବ୍ୟାପୀ ପୂଜା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥବା କମିଟି ପକ୍ଷରୁ କୁହାଯାଇଛି। ଶହଶହ ସଂଖ୍ୟାରେ ଭକ୍ତ ମା’ଙ୍କ ପୂଜାରେ ଅଂଶ ଗ୍ରହଣ କରୁଛନ୍ତି। ପୁରୋହିତ ରବୀନ୍ଦ୍ର ଆଚାର୍ଯ୍ୟ, ହରେକୃଷ୍ଣ ପତି ପୂଜା କର୍ଯ୍ୟ ସମ୍ପାଦନ କରିଥିବାବେଳେ ବିଜୟ ନାୟକ ଓ ଜ୍ୟୋସ୍ନା ରାଣୀ ନାୟକ କର୍ତ୍ତା ଓ କର୍ତ୍ତି ଭାବେ ଦାୟିତ୍ୱ ସମ୍ପାଦନା କରିଥିଲେ। ମା ମହାଲକ୍ଷ୍ମୀ ପୂଜା କମିଟି ବଡହଳ ର ସଭାପତି ତାପସ ନାୟକ ଓ ସମ୍ପାଦକ ଆଶିଷ ନାୟକ ଙ୍କ ସମେତ ଗଣେଶ୍ୱର ନାୟକ, ଦୁଃଖବନ୍ଧୁ ବାରିକ, ବାବୁ ନାୟକ, ମାନସ ନାୟକ, ବିଜୟ ନାୟକ, ଅମରେନ୍ଦ୍ର ନାୟକ, ବିଶ୍ୱଜିତ ବାରିକ, ଟୁଲିଆ ନାୟକ, ସନ୍ତୋଷ ବାରିକ, ବିଜୟ ବାରିକ, ମନରଞ୍ଜନ କବି , ସୁନୁ କବି , ଦେବାଶିଷ ଦାସ,ପୂର୍ଣ୍ଣଚନ୍ଦ୍ର ପରିଡା,ସୁଜିତ କୁମାର ନାୟକ ପପୁଲୁ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏଥିସହ ବଦହଳ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ନଭେମ୍ବର ୧ ତାରିଖରେ ପୂର୍ଣ୍ଣହୁତି ହେବାର କାର୍ଯ୍ୟକ୍ରମ ରହିଥିବା କମିଟି ର ସମ୍ପାଦକ ତାପସ ନାୟକ କହିଛନ୍ତି ।
October 29, 2023
0 Comment
283 Views
୧୩ ବର୍ଷରେ ବଡହଳ ମହାଲକ୍ଷ୍ମୀ ପୂଜା
କେନ୍ଦୁଝର, କେନ୍ଦୁଝର ସହର ସ୍ଥିତ ଭୂତେଶ୍ୱର ମହାଲକ୍ଷ୍ମୀ ପୂଜା କମିଟି ବଡହଳ ରେ ଆୟୋଜିତ ଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଶନିବାର ଠାରୁ ନୀତିକାନ୍ତି ଅନୁସାରେ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ୫ ଦିନ ବ୍ୟାପୀ ପୂଜା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥବା କମିଟି ପକ୍ଷରୁ କୁହାଯାଇଛି। ଶହଶହ ସଂଖ୍ୟାରେ ଭକ୍ତ ମା’ଙ୍କ ପୂଜାରେ ଅଂଶ ଗ୍ରହଣ କରୁଛନ୍ତି। ପୁରୋହିତ ରବୀନ୍ଦ୍ର ଆଚାର୍ଯ୍ୟ, ହରେକୃଷ୍ଣ... Read More