କେନ୍ଦୁଝର, କେନ୍ଦୁଝର ସହରର ମହା ଲକ୍ଷ୍ମୀ ସାଂସ୍କୃତିକ ପୂଜା କମିଟି ରାସ ପଡିଆ ଆନୁକୁଲ୍ୟରେ ଖୁବ୍ ଧୁମ୍ ଧାମ ରେ ଧନଦାତ୍ରୀ ମହା ଲକ୍ଷ୍ମୀ ଙ୍କର ପୂଜା ଅନୁଷ୍ଠିତ ହେଉଛି । ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଏହି ମଣ୍ଡପ ରେ ପ୍ରତିବର୍ଷ ମା ଲକ୍ଷ୍ମୀ ପୂଜା ପାଉଛନ୍ତି ବୋଲି କହିଛନ୍ତି ରାସପୂଜା କମିଟି ସଭାପତି କୈଳାସ ଚନ୍ଦ୍ର ପଣ୍ଡା ଓ ପୁରୋହିତ ରତ୍ନାକର ପାଢ଼ୀ । ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପାଇଁ ପୂଜା ସନ୍ଧ୍ୟା ପରିବର୍ତ୍ତେ ସଖାଳୁ ଅରମ୍ଭ ହୋଇଯାଇଥିବା ଦେଖିବା ପାଇଁ ମିଳି ଥିଲା। ସେହିପରି କେନ୍ଦୁଝର ସହର ସ୍ଥିତ କାଶିପୁର ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣ ରେ ସକାଳୁ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାପାଇଁ ମିଳିଥିଲା। କେନ୍ଦୁଝର ସହରର ମା ଲଷ୍ମୀ ପୂଜା କମିଟି ଧୋବାଡ଼ିହା, ମହାଲଷ୍ମୀ କଲଚୁରାଲ କ୍ଲବ କଲେଜ ରୋଡ଼, ମହାଲଷ୍ମୀ ପୂଜା କମିଟି ବଣିଆପାଟ, ଭୂତେଶ୍ୱର ଲକ୍ଷ୍ମୀ ପୂଜା କମିଟି ବଡ଼ହଳ,ପୁରୁଣା ବଜାର ଆଦି ସ୍ଥାନରେ ମଧ୍ୟ ପୂଜା ଧୁମ୍ ଧାମ ରେ ଅନୁଷ୍ଠିତ ହେଉଛି । ଝିକି ମିକି ଆଲୋକ ରେ ସଜେଇ ହୋଇଛି ପୂଜା ମଣ୍ଡପ । ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସନ୍ଧ୍ୟାରେ ସମସ୍ତ ମଣ୍ଡପ ଦର୍ଶନ ପାଇଁ ବନ୍ଦ ରହିଛି । ଆସନ୍ତାକାଲି ପୂଜା ମଣ୍ଡପରେ ସମବେତ ହେବେ ଭକ୍ତ ଓ ଭଗବାନ ।
October 28, 2023
0 Comment
453 Views
କେନ୍ଦୁଝର ସହର ର ବିଭିନ୍ନ ପୂଜା ମଣ୍ଡପ ରେ ପୁଜା ପାଉଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ
କେନ୍ଦୁଝର, କେନ୍ଦୁଝର ସହରର ମହା ଲକ୍ଷ୍ମୀ ସାଂସ୍କୃତିକ ପୂଜା କମିଟି ରାସ ପଡିଆ ଆନୁକୁଲ୍ୟରେ ଖୁବ୍ ଧୁମ୍ ଧାମ ରେ ଧନଦାତ୍ରୀ ମହା ଲକ୍ଷ୍ମୀ ଙ୍କର ପୂଜା ଅନୁଷ୍ଠିତ ହେଉଛି । ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଏହି ମଣ୍ଡପ ରେ ପ୍ରତିବର୍ଷ ମା ଲକ୍ଷ୍ମୀ ପୂଜା ପାଉଛନ୍ତି ବୋଲି କହିଛନ୍ତି ରାସପୂଜା କମିଟି ସଭାପତି କୈଳାସ ଚନ୍ଦ୍ର ପଣ୍ଡା ଓ ପୁରୋହିତ ରତ୍ନାକର ପାଢ଼ୀ । ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ... Read More