କେନ୍ଦୁଝର, ୩୦/୦୯/୨୦୨୩ ସାମାଜିକ କ୍ଷେତ୍ରରେ ଆମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ ଅନେକ ପ୍ରକାରର ସାମାଜିକ ସମସ୍ୟା ଯାହା ଅନେକ ପରିବାର ରେ ଦେଖିବାକୁ ମିଳିଥାଏ । ସେସବୁ ସମସ୍ୟା ଭିତରୁ କେହି ପରିବାର ମୁଖ୍ୟ ମୃତ୍ୟୁ ବରଣ କଲେ ଜାତି ଭାଇ ଜ୍ଞାତି କୁଟୁମ୍ବକୁ ନେଇ ହେଉଥିବା ଶୁଦ୍ଧିକ୍ରିୟାକୁ ଅନେକ ଅସହାୟ ଗରିବ ପରିବାର ସମ୍ପନ୍ନ କରି ନପାରି ବର୍ଷ ବର୍ଷ ଅଣସୁଦ୍ଧିଆ ହୋଇ ରହି ଯାଆନ୍ତି । ଆଉ ଯାହା ସମାଜରେ ଗ୍ରହଣୀୟ ନୁହେଁ । ଆଉ ଏସବୁ ସାମାଜିକ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ର ଚର୍ଚ୍ଚିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ । ଏହି କ୍ରମରେ ଆଜି ଟ୍ରଷ୍ଟ ପକ୍ଷରୁ ଚମ୍ପୁଆ ବ୍ଲକ କରଞ୍ଚିଆ ପଞ୍ଚାୟତ ବରହମପୁର ଗାଁର ଆଦିବାସୀ ଯୁବକ ୰ଦିନେଶ ମୁଣ୍ଡା ଯାହାଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ତ୍ରୀ ଲୀଳାବତୀ ମୁଣ୍ଡା ଦୁଇ କୁନି କୁନି ଝିଅ କୁ ଧରି ଖୁବ୍ ଦୟନୀୟ ଭାବେ ଜୀବନ ବିତାଉଥିବା ବେଳେ ସ୍ଵାମୀ ଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ଅସମର୍ଥ ଥିଲେ । ଏହି ଖବର ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟର ସ୍ଥାନୀୟ ସଦସ୍ୟ ଡୋରା ମହାନ୍ତଙ୍କ ଠାରୁ ପାଇ ସମାଜସେବୀ ସଞ୍ଜୀବ କୁମାର ସାହୁ ତଥା ଟ୍ରଷ୍ଟର ସଦସ୍ୟଙ୍କ ସହମତି ପରେ ଟ୍ରଷ୍ଟର ଏକ ଟିମ୍ ଆଜି ତାଙ୍କ ଘରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରକାର ରାସନ୍ ସାମଗ୍ରୀ ଲୁଗାପଟା ପ୍ରଦାନ କଲେ । ଏହି ସେବା କାର୍ଯ୍ୟ ପାଇଁ ଆଜି ଟ୍ରଷ୍ଟ ପକ୍ଷରୁ ବିଦ୍ୟାଧର ମହାନ୍ତ, ଯୋଗେଶ୍ୱର ମହାନ୍ତ,ବିନୋଦ ମହାନ୍ତ, ସୁରେଶ ମୁଣ୍ଡା, ହରେକୃଷ୍ଣ ଜିତ୍,ମାନସ ରଞ୍ଜନ ଷଡ଼ଙ୍ଗୀ, ଲକ୍ଷ୍ମଣ ମୁଣ୍ଡା, ରତିକାନ୍ତ ନାୟକ ଏବଂ ଆହୁରି ଅନେକ ସଦସ୍ୟ ଉପସ୍ଥିତ ରହି ସମ୍ପାଦନ କରିଥିଲେ । ଏନେଇ ସ୍ଥାନୀୟ ଗ୍ରାମବାସୀ ଟ୍ରଷ୍ଟକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ସ୍ଥାନୀୟ ସମାଜସେବୀ ଡୋରା ମହାନ୍ତଙ୍କ ପ୍ରୟାସକୁ ଅସହାୟ ପରିବାର ସଦସ୍ୟମାନେ ଧନ୍ୟବାଦ ଅର୍ପଣ କରିଥିଲେ ।
September 30, 2023
0 Comment
243 Views
ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ
କେନ୍ଦୁଝର, ୩୦/୦୯/୨୦୨୩ ସାମାଜିକ କ୍ଷେତ୍ରରେ ଆମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ ଅନେକ ପ୍ରକାରର ସାମାଜିକ ସମସ୍ୟା ଯାହା ଅନେକ ପରିବାର ରେ ଦେଖିବାକୁ ମିଳିଥାଏ । ସେସବୁ ସମସ୍ୟା ଭିତରୁ କେହି ପରିବାର ମୁଖ୍ୟ ମୃତ୍ୟୁ ବରଣ କଲେ ଜାତି ଭାଇ ଜ୍ଞାତି କୁଟୁମ୍ବକୁ ନେଇ ହେଉଥିବା ଶୁଦ୍ଧିକ୍ରିୟାକୁ ଅନେକ ଅସହାୟ ଗରିବ ପରିବାର ସମ୍ପନ୍ନ କରି ନପାରି ବର୍ଷ ବର୍ଷ ଅଣସୁଦ୍ଧିଆ ହୋଇ ରହି ଯାଆନ୍ତି । ଆଉ ଯାହା ସମାଜରେ... Read More