ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ । ବିଷ ପିଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଜଣାପଡିଛି ଯେ, ଦୁଇ ମୃତକ ସୋମନାଥ ସାହୁ ଓ ସୁଲୋଚନା ନାୟକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ।
ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ରହୁଥିଲେ। ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ। ପାରିବାରିକ କଳହ ଯୋଗୁଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।
ଗଲା କିଛି ଦିନ ହେଲା ଦୁହେଁ ଫୁଲେଶ୍ଵରୀ ବସ୍ତିରେ ରହିବା ପରେ, ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଓ ମାନସିକ ଅଶାନ୍ତି ବଢ଼ିଥିଲା। ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମସକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

September 21, 2022
0 Comment
327 Views
ବିଷ ପିଇ ଜୀବନ ହାରିଲେ ପ୍ରେମୀ ଯୁଗଳ
ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ । ବିଷ ପିଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଜଣାପଡିଛି ଯେ, ଦୁଇ ମୃତକ ସୋମନାଥ ସାହୁ ଓ ସୁଲୋଚନା ନାୟକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ। ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ରହୁଥିଲେ। ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ। ପାରିବାରିକ... Read More