ନବରଙ୍ଗପୁର, (ସରୋଜ କୁମାର ବେହେରା) ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକରେ ମାଁ ଫାଉଣ୍ଡେସନ ନାମକ ଏକ ଘରେଇ ସଂସ୍ଥାର ଏମଡି ଅମ୍ବିକା କୁମାର ଲେଙ୍କା ନାମକ ବ୍ୟକ୍ତି ମାଁ ଫାଉଣ୍ଡେସନ ଖୋଲି ଜିଲ୍ଲାର ଦଶ ଗୋଟି ବ୍ଲକର ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ମାସିକ କ୍ରମାନ୍ୱୟରେ ଜିଲ୍ଲା କୋଡିନେଟର ଙ୍କୁ ପଚାଶ ହଜାର, ବ୍ଲକ୍ କୋଡ଼ିନେଟର୍ ଙ୍କୁ ତେଇଶି ହଜାର, ପଂଚାୟତ କୋଡିନେଟର୍ ଙ୍କୁ ବାର ହଜାର ମାସିକ ଦରମା ଦେବା ବାହାନାରେ ମହିଳାଙ୍କ ସେନିଟାରି ପେଡ ବିକ୍ରି କରିବା ପାଇଁ ନିଯୁକ୍ତି କରିଥଲେ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଶାସ୍ତ୍ରୀ ଭବନ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମାଁ ଫାଉଣ୍ଡେସନ ସଂସ୍ଥାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥଲେ।ଏହି ପରିପ୍ରେକ୍ଷୀରେ ଦଶ ଗୋଟି ବ୍ଲକର ଶିକ୍ଷିତ ଯୁବକ ଯୁବତୀ ମାନେ ମହିଳାଙ୍କ ସେନିଟାରି ପେଡକୁ ବିକ୍ରି କରିଥଲେ। ଏହି ସଂସ୍ଥାରେ ଶତାଧିକ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଠାରୁ ତିନି ହଜାର ଓ ଦୁଇ ହଜାର ଟଙ୍କା ସେକ୍ୟୁରିଟି ଟଙ୍କା ଫୋନ୍ ପେ ମାଧ୍ୟମରେ ଦେଇ ନିଯୁକ୍ତ ପ୍ରାପ୍ର ଯୁବକ ଯୁବତୀ ମାନେ ନିଜ ଗାଡିରେ ପେଟ୍ରୋଲ ପକାଇ, ଖାଇବା ଖର୍ଚ୍ଚ ବହନ କରି ସମସ୍ତ୍ ପଂଚାୟତର ଗାଁ ଗାଁ ବୁଲି ବିକ୍ରି ବଟା କରିଥଲେ।କିନ୍ତୁ ଏକ ମାସ ବିତିବା ପରେ ମାଁ ଫାଉଣ୍ଡେସନ ର କର୍ମଚାରୀ ମାନେ ତାଙ୍କର ମାସିକ ପ୍ରାପ୍ୟ ମାଗିଲା ବେଳକୁ ଶ୍ରୀ ଲେଙ୍କା ଯୁବତୀ ମାନଙ୍କୁ ଧମକ ଦେବା ଅଭିଯୋଗ ହୋଇଛି। ଯାହା ଫଳରେ ନବରଙ୍ଗପୁର ଜିଲ୍ଲାର ଶତାଧିକ ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନେ ବେତନ ପାଇବା ପରିବର୍ତ୍ତେ ହତାଶ ହୋଇ ବସିଛନ୍ତି।ଆଜି ନବରଙ୍ଗପୁର ଶାସ୍ତ୍ରୀ ଭବନ ଠାରେ ଜିଲ୍ଲାର ଦଶ ଗୋଟି ବ୍ଲକର ଯୁବକ ଯୁବତୀ ମାନେ ଏକତ୍ରିତ ହୋଇ ନିଜ ପାରିଶ୍ରମିକ ପାଇବା ପାଇଁ ଆଲୋଚନା କରିଥିଲେ। ମାଁ ଫାଉଣ୍ଡେସନ ଜିଲ୍ଲା କୋଡ଼ିନେଟୋର୍ ଶ୍ରୀଧର ପାତ୍ର, ବୋର୍ଡ଼ ମେମ୍ବର ଶର୍ମିଷ୍ଠା ଦେଓ, ସୁବ୍ରତ ମିଶ୍ର ଙ୍କ ଉପସ୍ଥିତି ରେ ସମସ୍ତ ବ୍ଲକ କୋଡ଼ିନେଟୋର ପଞ୍ଚାୟତ କୋଡ଼ିନେଟର, ମାନେ ପ୍ରବଳ ହଟ୍ଟଗୋଳ କରିବା ସହ ନିଜ ପ୍ରାପ୍ୟ ପାଇବା ପାଇଁ ଉଭୟଙ୍କ ମଧ୍ୟରେ ଗରମା ଗରମ ଆଲୋଚନା ହୋଇଥିଲା। ଶ୍ରୀ ଲେଙ୍କା ଙ୍କ ପ୍ରତିକ୍ରିୟା ନେବା ପରେସେ ଦୁଇ ଚାରି ଦିନ ମଧ୍ୟରେ ସମସ୍ତ ଙ୍କ ବକେୟା ପାଉଣା ପ୍ରଦାନ କରିବେ ବୋଲି କହିଛନ୍ତି।ନବରଙ୍ଗପୁର ପରି ଗରୀବ ଆଦିବାସି ଅଧୁଷିତ ଅଞ୍ଚଳରେ ବେରୋଜଗାର ସମସ୍ୟା ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ନବରଙ୍ଗପୁରରେ ଏହି ମାଁ ଫାଉଣ୍ଡେସନ ର ଉଦଘାଟନ ଉତ୍ସବ ରେ ଖୋଦ୍ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ରିବୋନ କାଟି ଦ୍ଵୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ବର୍ତମାନ ମାଁ ଫାଉଣ୍ଡେସନ କାର୍ଯ୍ୟ କରି ବକେୟା ପାଇବାରୁ ବଞ୍ଚିତ ହେଇଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ପରିଶ୍ରମର ପାରିଶ୍ରମିକ ମିଳୁଛି ନା ନାହିଁ ତାହା ଦେଖିବାର ବାକି ରହିଲା।
August 13, 2023
0 Comment
286 Views
ମାଁ ଫାଉଣ୍ଡେସନ ପକ୍ଷରୁ ମହା ଘୋଟାଲା
ନବରଙ୍ଗପୁର, (ସରୋଜ କୁମାର ବେହେରା) ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକରେ ମାଁ ଫାଉଣ୍ଡେସନ ନାମକ ଏକ ଘରେଇ ସଂସ୍ଥାର ଏମଡି ଅମ୍ବିକା କୁମାର ଲେଙ୍କା ନାମକ ବ୍ୟକ୍ତି ମାଁ ଫାଉଣ୍ଡେସନ ଖୋଲି ଜିଲ୍ଲାର ଦଶ ଗୋଟି ବ୍ଲକର ଶିକ୍ଷିତ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ମାସିକ କ୍ରମାନ୍ୱୟରେ ଜିଲ୍ଲା କୋଡିନେଟର ଙ୍କୁ ପଚାଶ ହଜାର, ବ୍ଲକ୍ କୋଡ଼ିନେଟର୍ ଙ୍କୁ ତେଇଶି ହଜାର, ପଂଚାୟତ କୋଡିନେଟର୍ ଙ୍କୁ ବାର ହଜାର ମାସିକ ଦରମା ଦେବା ବାହାନାରେ ମହିଳାଙ୍କ... Read More