ଅନୁଗୋଳ : ଆଜି ଠାରୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପି ଯାତ୍ରା ଆରମ୍ଭ । ଏଥିପାଇଁ ଗୋପାଳପ୍ରସାଦ ପୀଠ ଚଳଚଞ୍ଚଳ ହୋଇଛି। ମନ୍ଦିରକୁ ରଙ୍ଗୀନ ଆଲୋକରେ ସଜାଯାଇଛି।
ତେବେ ମା’ ବର୍ଷକୁ ଥରେ ଅଗ୍ନିରୂପରେ ଦର୍ଶନ ଦେଇଥାନ୍ତି। ମା’ଙ୍କର ଏହି ଅଗ୍ନିରୂପକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମା’ଙ୍କୁ ଧୂପ, ଘିଅ, ଝୋଟ, ଲିଆ, ଉଖୁଡା, କଦଳୀ, ନଡ଼ିଆ, ଗୁଡ଼ ଆଦି ଦେଇ ପୂଜା କରାଯାଇଥାଏ । ଦୂରଦୂରାନ୍ତରୁ ମା’ଙ୍କୁ ଦର୍ଶନ କରିବାପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ହିଙ୍ଗୁଳା ପୀଠରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ଭୋଜନ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇଛି।