ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ପରତବାଡା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏକ ବସ୍ ଏବଂ ଟାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟାଭେରାକୁ କାଟି ମୃତଦେହ ବାହାର କରିବାକୁ ପଡ଼ିଥିଲା। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ପୋଲିସର ସୂଚନାନୁସାରେ ମୃତକ ସମସ୍ତେ ଶ୍ରମିକ ଥିଲେ। ଝଲ୍ଲାର ଥାନାରୁ ଏକ କିଲୋମିଟର ଦୂର ଗୁରୁଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ, ଗୁଡ୍ଗାଓଁ ଏବଂ ଭୈଂସ୍ଦେହୀ ରାସ୍ତାରେ ଉପରୋକ୍ତ ସଡ଼କ ଦୁର୍ଘଟଣା ଘଟିଛି। ବୈତୂଲ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସିମାଲା ପ୍ରସାଦଙ୍କ କହିବା ଅନୁସାରେ, ଝଲ୍ଲାର ଥାନା ନିକଟରେ ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଛି। ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ ନିକଟତମ ଡାକ୍ତରଖାନାକୁ ନିଆଯାଇଛି।