କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗରେ ବିଜେପିର ଏକ ପ୍ରତିନିଧିଦଳ ଅତିରିକ୍ତ ଏସପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଜେପି ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଏସପିଙ୍କୁ ଭେଟି ଘସିପୁରା ନିର୍ବାଚନ ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଗତ ୪ତାରିଖରେ ଦେଓଗାଁର ରାଜୀବ ଲୋଚନ ଜେନାଙ୍କୁ ରେକୁଟିଆ ଛକରେ ଘସିପୁରା ବିଧାୟକଙ୍କ ପୁଅଙ୍କ ପ୍ରରୋଚନାରେ ୧୨ଜଣ ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ମହେଶ୍ବର ସାହୁ । ରାଜୀବଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ସମୟରେ ଏହି ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତାଙ୍କ ପ୍ରରୋଚନାରେ ହେଉଥିବା ହିଂସାକୁ ରୋକିବା ତଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।
June 6, 2023
0 Comment
192 Views
ବିଜେପିର ଏକ ପ୍ରତିନିଧିଦଳ ଅତିରିକ୍ତ ଏସପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗରେ ବିଜେପିର ଏକ ପ୍ରତିନିଧିଦଳ ଅତିରିକ୍ତ ଏସପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଜେପି ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଏସପିଙ୍କୁ ଭେଟି ଘସିପୁରା ନିର୍ବାଚନ ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଗତ ୪ତାରିଖରେ ଦେଓଗାଁର ରାଜୀବ ଲୋଚନ ଜେନାଙ୍କୁ... Read More