ଓଡିଶା ମିଲେଟ ମିଶନ କେନ୍ଦୁଝର ଓ କୃଷି ବିଭାଗ ସହାୟତାରେ ମାଣ୍ଡିଆ ଓ ପୃଷ୍ଟି ଶସ୍ୟ ଫସଲର ଉତ୍ପାଦନ ଓ ଅଭିବୃଦ୍ଧି ନିମନ୍ତେ କେନ୍ଦୁଝର ଜିଲ୍ଲାରେ ୨୦୧୭ ମସିହା ଅପ୍ରେଲ ମାସରେ ଏହି ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଥିବା ବେଳେ ସାହାରପଡା ବ୍ଲକରେ ସମ୍ପ୍ରତି ଏହି କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ସିୱାଇଏସଡି, ଜିଲ୍ଲା କୃଷି ବିଭାଗ ଓ ମିଲେଟ ମିଶନର ସହଯୋଗରେ ପ୍ରଥମ ଥର ପାଇଁ ସାହାରପଡା ବ୍ଲକରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ରଖିଛି। ତେବେ ଶନିବାର ୧ ତାରିଖ ଦିନ ବଡ଼ବିଲ ଗ୍ରାମପଞ୍ଚାୟତର ତାଳସରୁଆ ଗ୍ରାମ ଠାରେ ଅଂଶଗ୍ରହଣକାରୀ ବିବିଧତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ସାହୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ତ୍ରିଦିବ ପାଲ ଜିଲ୍ଲା ପ୍ରକଳ୍ପ ସଂଯୋଜକ ୱାସାନ୍ ତରଫରୁ ଯୋଗ ଦେଇଥିଲା ବେଳେ ସାହାରପଡା ବ୍ଲକ ସଂଯୋଜିକା ସମ୍ବିତ ପ୍ରଜ୍ଞା ପରିମିତା ସହ ସଂଯୋଜିକା ପ୍ରିତୀ ନନ୍ଦା ବେଉରାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳର କୃଷକ ମାନେ ଏହି ପରୀକ୍ଷଣରେ ଅଂଶ ଗ୍ରହଣ କରିଥିଲେ। ଏହି ପରୀକ୍ଷଣରେ ୯ ପ୍ରକାର ଦେଶୀ କିସମ ଏବଂ ଗୋଟିଏ ହାଇବ୍ରିଡ଼ କିସମର ବିହନ ପରୀକ୍ଷଣ କରାଯାଇଛି। ଚାଷୀ ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ୧୦ ପ୍ରକାରର ବିହନ ଚାରା ରୋପଣ କରାଯାଇଥିବା ବେଳେ ସାହାରପଡା ବ୍ଲକ ମାଟିରେ କେଉଁ କିସମ ର ବିହନ ଭଲ ଅମଳ ଦେଇପାରିବ ସେଥି ନିମନ୍ତେ ଏହି ପରୀକ୍ଷଣ କରାଯାଇଛି।
July 2, 2023
0 Comment
182 Views
ମିଲେଟ ମିଶନ ପକ୍ଷରୁ ଅଂଶଗ୍ରହଣକାରୀ ବିବିଧତା ପରୀକ୍ଷା କାର୍ଯ୍ୟକ୍ରମ
ଓଡିଶା ମିଲେଟ ମିଶନ କେନ୍ଦୁଝର ଓ କୃଷି ବିଭାଗ ସହାୟତାରେ ମାଣ୍ଡିଆ ଓ ପୃଷ୍ଟି ଶସ୍ୟ ଫସଲର ଉତ୍ପାଦନ ଓ ଅଭିବୃଦ୍ଧି ନିମନ୍ତେ କେନ୍ଦୁଝର ଜିଲ୍ଲାରେ ୨୦୧୭ ମସିହା ଅପ୍ରେଲ ମାସରେ ଏହି ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଥିବା ବେଳେ ସାହାରପଡା ବ୍ଲକରେ ସମ୍ପ୍ରତି ଏହି କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ସିୱାଇଏସଡି, ଜିଲ୍ଲା କୃଷି ବିଭାଗ ଓ ମିଲେଟ ମିଶନର ସହଯୋଗରେ ପ୍ରଥମ ଥର ପାଇଁ ସାହାରପଡା ବ୍ଲକରେ ମାଣ୍ଡିଆ ଚାଷ... Read More