ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଏକ ଚାର୍ଟାର୍ଡ ବିମାନରେ ବୋମା ଆତଙ୍କ । ବିମାନରେ ବୋମା ରଖାଯାଇଥିବା ସୂଚନା ମିଳିବା ପରେ ଏହାକୁ ଗୁଜରାଟର ଜାମନଗରରେ ସୋମବାର ରାତିରେ ଜରୁରୀ ଅବତରଣ କରାଯାଇଛି ।
ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସଜି) ପହଞ୍ଚି ଯାଞ୍ଚ୍ ଆରମ୍ଭ କରିଛନ୍ତି । ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି । ବିମାନକୁ ଗୋଆ ଯିବାକୁ ଅନୁମତି ଦିଆଯାଇଛି ।
ଗୋଆ ଏଟିସିକୁ ସୋମବାର ଏକ ମେଲ୍ ଆସିଥିଲା ଯେଉଁଥିରେ ଚାର୍ଟାର୍ଡ ବିମାନରେ ବୋମା ଥିବା ଖବର ମିଳିଥିଲା। ଏହା ପରେ ତୁରନ୍ତ ଜାମନଗରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୨୪୪ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ମସ୍କୋରୁ ଗୋଆ ଅଭିମୁଖେ ଚାର୍ଟାର୍ଡ ଫ୍ଲାଇଟରେ ବୋମା ଖବର ନେଇ ଭାରତୀୟ ଅଧିକାରୀ ଦୂତାବାସକୁ ସତର୍କ କରାଇଥିଲେ ।