ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ଈଶ୍ୱର ନାୟକ ଓରଫ ବାଦଲ। ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଯୋଗୁଁ ପଢା ନବମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ପଢ଼ାକୁ ଡୋର ବାନ୍ଧିବାକୁ ପଡ଼ିଥିଲା ବାଦଲଙ୍କୁ। ନବରଙ୍ଗପୁର ସହରର ୱାର୍ଡ ୨ ଭଗବତୀ ସାହି ବାସିନ୍ଦା ଅଟନ୍ତି। ନର ସେବା ନାରାୟଣ ସେବା ମନ୍ତ୍ରରେ ନିସ୍ୱାର୍ଥ ସେବା କରିଆସୁଛନ୍ତି ସମାଜସେବୀ ବାଦଲ।୪୪ ବର୍ଷୀୟ ବାଦଲ ବର୍ତମାନ ସୁଦ୍ଧା ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଶବ ସତ୍କାର କରି ସହର ତଥା ଜିଲ୍ଲାର କୋଣ ଅନୁକୋଣରେ ସୁପରିଚିତ ଅଟନ୍ତି। ଶବ ସତ୍କାର ପାଇଁ କିଛି ପାଇବାର ଆଶା ନ ରଖି ସହରର ଯେ କୌଣସି ବ୍ୟକ୍ତିର ମୃତ୍ତ୍ୟୁ ଖବର ଶୁଣି ପହଞ୍ଚି ଯାଆନ୍ତି ଶ୍ମଶାନକୁ। ଶ୍ମଶାନରେ କାଠ ସଜାଡ଼ିବାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଭସ୍ମ ପର୍ୟ୍ୟନ୍ତ ନିଜେ ଓ କିଛି ସହଯୋଗୀଙ୍କ ସହିତ ଶେଷ ପର୍ୟ୍ୟନ୍ତ ରୁହନ୍ତି ଶ୍ମଶାନରେ। ଚାକ ଚକ୍ୟ ସମାଜରେ କେହି କିଛି ସେବା ମୂଳକ କାର୍ଯ୍ଯ କରି ନିଜ ମୋବାଇଲରେ ଫୋଟ କଏଦ କରି ପ୍ରଶଂସା ସାଉଣ୍ଟିବାକୁ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରି ସମାଜସେବୀ ପ୍ରମାଣପତ୍ର ନେବାକୁ ଚେଷ୍ଠା ଚଳାଇଥିବା ନଜରକୁ ଆସୁଥିବା ବେଳେ ବାଦଲ କିନ୍ତୁ ଓଲଟା। ଆତ୍ମ ପ୍ରଚାରରୁ ବହୁ ଦୁରରେ ରହି ନିଃସ୍ଵାର୍ଥପର ସେବା ଚଳାଇ ଆସୁଛନ୍ତି। ଜାତି ବର୍ଣ୍ଣ ନିର୍ବିଶେଷରେ ଦୁଃଖ ସମୟରେ ଖୋଜା ପଡନ୍ତି ବାଦଲ। ଏହି ସତ୍କାର କରିବା ପାଇଁ କିଛି ପାରିଶ୍ରମିକ ନେଉଁ ନ ଥିଲେ ମଧ୍ୟ ଶୋକ ସନ୍ତପ୍ର ପରିବାର ଲୋକେ ହାତ ଖର୍ଚ୍ଚ ବଢାଇ ଦିଅନ୍ତି ବୋଲି କୁହନ୍ତି ବାଦଲ। ଯୁବାବସ୍ଥାରେ ଏହି କାର୍ଯ୍ୟ ଆରମ୍ଭ କରିଥିବା ବାଦଲ ଶବ ସତ୍କାର ପାଇଁ ଘୃଣା ଭାବ ନ ରଖି ସ୍ଵାଭାବିକ ଭାବେ କରୁଥିବା ଯୋଗୁଁ ମନରେ ଗର୍ବ ଅହଙ୍କାର ଦ୍ୱେଷ ଭାବ ନ ରଖି ଏହି କାର୍ଯ୍ୟକୁ ଆଜୀବନ ପାଳନ କରିବା ପାଇଁ ସଂକଳ୍ପ କରି ନେଇଥିବା କୁହନ୍ତି ବାଦଲ।
July 13, 2023
0 Comment
2559 Views
ସମାଜସେବା ଜୀବନର ବ୍ରତ କରି ନେଇଥିବା ସମାଜସେବୀ ବାଦଲ, ଏକ ହଜାରରୁ ଉର୍ଦ୍ଧ୍ବ ଶବ ସତ୍କାର କରି ପ୍ରସଂଶା ସାଉଣ୍ଟୁଛନ୍ତି
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ଈଶ୍ୱର ନାୟକ ଓରଫ ବାଦଲ। ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଯୋଗୁଁ ପଢା ନବମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ପଢ଼ାକୁ ଡୋର ବାନ୍ଧିବାକୁ ପଡ଼ିଥିଲା ବାଦଲଙ୍କୁ। ନବରଙ୍ଗପୁର ସହରର ୱାର୍ଡ ୨ ଭଗବତୀ ସାହି ବାସିନ୍ଦା ଅଟନ୍ତି। ନର ସେବା ନାରାୟଣ ସେବା ମନ୍ତ୍ରରେ ନିସ୍ୱାର୍ଥ ସେବା କରିଆସୁଛନ୍ତି ସମାଜସେବୀ ବାଦଲ।୪୪ ବର୍ଷୀୟ ବାଦଲ ବର୍ତମାନ ସୁଦ୍ଧା ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଶବ ସତ୍କାର କରି... Read More