ନବରଙ୍ଗପୁର, (ସରୋଜ କୁମାର ବେହେରା) ଦକ୍ଷିଣ କୋରିଆରେ ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ଃ ରୁଦ୍ର ମାଝୀ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ସମ୍ମାନିତ କରିଥିଲେ। ବିଜ୍ଞାନ ଓ ଯାନ୍ତ୍ରିକ ଅନୁସନ୍ଧାନ ବୋର୍ଡ଼ (SERB)ର ଆନ୍ତର୍ଜାତିକ ଯାତାୟାତ ସହାୟତା ଦ୍ୱାରା ଦକ୍ଷିଣ କୋରିଆର ସୋଲ ଜାତୀୟ ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୨୧ ରୁ ୨୬ ପର୍ଯନ୍ତ ଅନୁଷ୍ଠିତ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରି ମହାବିଦ୍ୟାଳୟ ପାଇଁ ଗୌରବ ସୃଷ୍ଟି କରିଛନ୍ତି । ଦୀର୍ଘ ଛଅ ଦିନର ସମ୍ମିଳନୀରେ ତା ୨୫-୦୮-୨୦୨୩ ରିଖରେ ଡ଼ଃ ମାଝୀ “Impact of light sterile neutrino at the long-baseline experiment options at KM3NeT” ର ବୃତ୍ତଚିତ୍ର ମାଧ୍ୟମରେ DUNE, P2O (Protvino to ORCA ), Upgraded P2O ଓ P2SO (Protvino to Super -ORCA ) ପରୀକ୍ଷଣ ଉପରେ sterile neutrino ର ପ୍ରଭାବ ଉପରେ ଆଲୋଚନା କରିଥିଲେ । ଉପରୋକ୍ତ ଆଲୋଚନାଟି sterile neutrino ଗବେଷଣାରେ ସହାୟକ ହେବ ବୋଲି ସମ୍ମିଳନୀରେ ଉପସ୍ଥିତ ଥିବା ଗବେଷକମାନେ ମତବ୍ୟକ୍ତ କରି ପ୍ରଶଂସା କରିଥିଲେ ।
August 31, 2023
0 Comment
180 Views
ଦକ୍ଷିଣ କୋରିଆରେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ପ୍ରବନ୍ଧ ଉପସ୍ଥାପନା
ନବରଙ୍ଗପୁର, (ସରୋଜ କୁମାର ବେହେରା) ଦକ୍ଷିଣ କୋରିଆରେ ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ଃ ରୁଦ୍ର ମାଝୀ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ସମ୍ମାନିତ କରିଥିଲେ। ବିଜ୍ଞାନ ଓ ଯାନ୍ତ୍ରିକ ଅନୁସନ୍ଧାନ ବୋର୍ଡ଼ (SERB)ର ଆନ୍ତର୍ଜାତିକ ଯାତାୟାତ ସହାୟତା ଦ୍ୱାରା ଦକ୍ଷିଣ କୋରିଆର ସୋଲ ଜାତୀୟ ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୨୧ ରୁ ୨୬ ପର୍ଯନ୍ତ ଅନୁଷ୍ଠିତ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରି ମହାବିଦ୍ୟାଳୟ ପାଇଁ ଗୌରବ... Read More