
ନବରଙ୍ଗପୁର, (ସରୋଜ କୁମାର ବେହେରା) ଦକ୍ଷିଣ କୋରିଆରେ ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ଼ଃ ରୁଦ୍ର ମାଝୀ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ସମ୍ମାନିତ କରିଥିଲେ। ବିଜ୍ଞାନ ଓ ଯାନ୍ତ୍ରିକ ଅନୁସନ୍ଧାନ ବୋର୍ଡ଼ (SERB)ର ଆନ୍ତର୍ଜାତିକ ଯାତାୟାତ ସହାୟତା ଦ୍ୱାରା ଦକ୍ଷିଣ କୋରିଆର ସୋଲ ଜାତୀୟ ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୨୧ ରୁ ୨୬ ପର୍ଯନ୍ତ ଅନୁଷ୍ଠିତ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗଦାନ କରି ମହାବିଦ୍ୟାଳୟ ପାଇଁ ଗୌରବ ସୃଷ୍ଟି କରିଛନ୍ତି । ଦୀର୍ଘ ଛଅ ଦିନର ସମ୍ମିଳନୀରେ ତା ୨୫-୦୮-୨୦୨୩ ରିଖରେ ଡ଼ଃ ମାଝୀ “Impact of light sterile neutrino at the long-baseline experiment options at KM3NeT” ର ବୃତ୍ତଚିତ୍ର ମାଧ୍ୟମରେ DUNE, P2O (Protvino to ORCA ), Upgraded P2O ଓ P2SO (Protvino to Super -ORCA ) ପରୀକ୍ଷଣ ଉପରେ sterile neutrino ର ପ୍ରଭାବ ଉପରେ ଆଲୋଚନା କରିଥିଲେ । ଉପରୋକ୍ତ ଆଲୋଚନାଟି sterile neutrino ଗବେଷଣାରେ ସହାୟକ ହେବ ବୋଲି ସମ୍ମିଳନୀରେ ଉପସ୍ଥିତ ଥିବା ଗବେଷକମାନେ ମତବ୍ୟକ୍ତ କରି ପ୍ରଶଂସା କରିଥିଲେ ।