ନବରଙ୍ଗପୁର,(ସରୋଜ କୁମାର ବେହେରା): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସାପ୍ତାହିକ ହାଟରେ ଦିନ ଦିପହରେ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମ ଜିଲ୍ଲାର କୋଡବାଲସା ଥାନା ଅଧୀନ କୋଡବାଲସା ଗ୍ରାମର ରଙ୍ଗଲୀ ନାୟଡୁଙ୍କ ସହ ସେହି ଗ୍ରାମର ଗୋଲ୍ଲାପାଲ ଗୋଲ୍ଲା, ଗୋରିପେଲ୍ଲୀ ସମେସ ରାଓ, ବଡଲୁ ଅରାଲବାଡୁ ପ୍ରମୁଖ ମିଶି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟକୁ ଗାଈଗୋରୁ କ୍ରୟ କରିବାକୁ ଏକ ବୋଲେରୋ ଗାଡି ନଂ ଏପି ୩୯ ଟି ଜେଡ ୬୪୭୭ ଯୋଗେ ଆସିଥିଲେ| ଡାବୁଗାଁ ହାଟପଦା ନିକଟସ୍ଥ ଆମ୍ବତୋଟାରେ ରଖି କିଛି ଦୂରକୁ ଯାଇ ଗାଈଗୋରୁ କ୍ରୟ କରୁଥିଲେ।ଆଜି ପ୍ରାୟ ଅପରାହ୍ନ ୧ଘ. ୩୦ ମିନିଟ ସମୟରେ ଏକ ଅଟୋ ଗାଡି ଓ ମୋଟର ସାଇକେଲରେ ପ୍ରାୟ ୧୫ ଜଣ ଲୋକ ମୁହଁରେ ମୁଖା ପିନ୍ଧି ହାତରେ ଭୁଜାଲି,ଖଣ୍ଡା ଓ ପିସ୍ତଲ ଧରି ବୋଲେରୋ ଗାଡି ପାଖକୁ ଆସି ଗାଡି କାଚ ଭାଙ୍ଗି ଗାଡି ଭିତରେ ଥିବା ଟଙ୍କା ଭର୍ତ୍ତି ୩ ଟି ବ୍ୟାଗକୁ ଲୁଟ କରି ନେଇଥିଲେ।ସେହି ସମୟରେ ଶେଖ ସରିଫ (୪୮) ପ୍ରତିବାଦ କରିବାରୁ ତାଙ୍କ ଡାହାଣ ଗୋଡରେ ଖଣ୍ଡାରେ ଆଘାତ କରି ସେଠାରୁ ଦୌଡି ପଳାଇଥିଲେ।ଏନେଇ ରଙ୍ଗଲୀ ନାୟଡୁ ରାତ୍ର ୭ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଏନେଇ ଥାନା ରେ କେସ ନଂ ୧୯୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କୁ ପଚାରିବାରୁ ପ୍ରାଥମିକ ତଦନ୍ତ ରୁ ଜଣା ଯାଉଛି ଯେ ନୂଆ ପୁରୁଣା ବେପାରୀଙ୍କ ଶତ୍ରୁତା ଯୋଗୁଁ ଏପରି ଘଟଣା ଘଟିଛି । ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ପୋଲିସ ପ୍ରଶାସନ।
November 3, 2023
0 Comment
240 Views
ଡାବୁଗାଁରେ ଦିନ ଦ୍ୱିପହରରେ ଡକାୟତି, ଲୁଟିନେଲେ ୨୮ ଲକ୍ଷ ୬୦ହଜାର ଟଙ୍କା
ନବରଙ୍ଗପୁର,(ସରୋଜ କୁମାର ବେହେରା): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସାପ୍ତାହିକ ହାଟରେ ଦିନ ଦିପହରେ ୨୮ ଲକ୍ଷ ୬୦ ହଜାର ଟଙ୍କା ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମ ଜିଲ୍ଲାର କୋଡବାଲସା ଥାନା ଅଧୀନ କୋଡବାଲସା ଗ୍ରାମର ରଙ୍ଗଲୀ ନାୟଡୁଙ୍କ ସହ ସେହି ଗ୍ରାମର ଗୋଲ୍ଲାପାଲ ଗୋଲ୍ଲା, ଗୋରିପେଲ୍ଲୀ ସମେସ ରାଓ, ବଡଲୁ ଅରାଲବାଡୁ ପ୍ରମୁଖ ମିଶି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟକୁ ଗାଈଗୋରୁ କ୍ରୟ କରିବାକୁ ଏକ... Read More