ନବରଙ୍ଗପୁର, (ସରୋଜ କୁମାର ବେହେରା); ଆଜି ଚୀନା ଗୁରୁ ସ୍ଵାମୀଙ୍କ ସନ୍ନିଧାନମର ୨୨ ଜଣ ଅୟପ୍ପା ସ୍ଵାମୀ ମାଳଧାରୀଙ୍କ ଇରୁମୁଡ଼ି ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି କେରଳ ସ୍ଥିତ ଶବରମଲାଇ ଯାତ୍ରା ଆରମ୍ଭ କରିଛନ୍ତି। କାର୍ତ୍ତିକ ମାସ ପ୍ରାରମ୍ଭରେ ଏହି ଦୀକ୍ଷା ନବରଙ୍ଗପୁର ବ୍ରହ୍ମମ ମନ୍ଦିରର ପୂଜକ ମାଳା ପକାଇ ଥିବା ବେଳେ ୪୧ଦିନ ଅୟାପା ସ୍ଵାମୀମାନେ କଠିନ ଦୀକ୍ଷା ଅବଲମ୍ବନ କରିବା ସହ ଆୟପ୍ପା ସ୍ଵାମୀଙ୍କ ପୂଜାର୍ଚ୍ଚନା କରିଥଲେ। ଆଜି ସ୍ଵାମୀ ମାନଙ୍କ ୪୧ ଦିନ ଦୀକ୍ଷା ପୂର୍ଣ୍ଣ ଅବସରରେ କୋରାପୁଟ କାସୁଲୁ ଗୁରୁ ସ୍ଵାମୀଙ୍କ ଦ୍ଵାରା ଇରୁମୁଡି ବାନ୍ଧି ଆୟପ୍ପା ଭଗବାନଙ୍କ ଦର୍ଶନ ପାଇଁ ତୀର୍ଥ ଅଭିମୁଖେ ସ୍ୱାମୀ ମାନଙ୍କ ଯାତ୍ରା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପି ସନ୍ତୋଷ ଚୀନା ଗୁରୁସ୍ୱାମୀ,ଭରତ ସ୍ୱାମୀ, ଗୋପାଳ ସ୍ୱାମୀ, ଶ୍ରିନୁ ଗୁରୁସ୍ବାମି, ସୁକ ସ୍ଵାମୀ, କ୍ରିଷ୍ଣା ସ୍ଵାମୀ, ସରୋଜ ସ୍ବାମୀଙ୍କ ସମେତ ବହୁ ସ୍ବାମୀ ପ୍ରମୁଖ ଉପସ୍ଥିତ ରହି ଥିଲେ।
December 5, 2023
0 Comment
237 Views
ଆୟାପ୍ପା ମାଳଧାରିଙ୍କ ଶବରମାଲାଇ ଯାତ୍ରା
ନବରଙ୍ଗପୁର, (ସରୋଜ କୁମାର ବେହେରା); ଆଜି ଚୀନା ଗୁରୁ ସ୍ଵାମୀଙ୍କ ସନ୍ନିଧାନମର ୨୨ ଜଣ ଅୟପ୍ପା ସ୍ଵାମୀ ମାଳଧାରୀଙ୍କ ଇରୁମୁଡ଼ି ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି କେରଳ ସ୍ଥିତ ଶବରମଲାଇ ଯାତ୍ରା ଆରମ୍ଭ କରିଛନ୍ତି। କାର୍ତ୍ତିକ ମାସ ପ୍ରାରମ୍ଭରେ ଏହି ଦୀକ୍ଷା ନବରଙ୍ଗପୁର ବ୍ରହ୍ମମ ମନ୍ଦିରର ପୂଜକ ମାଳା ପକାଇ ଥିବା ବେଳେ ୪୧ଦିନ ଅୟାପା ସ୍ଵାମୀମାନେ କଠିନ ଦୀକ୍ଷା ଅବଲମ୍ବନ କରିବା ସହ ଆୟପ୍ପା ସ୍ଵାମୀଙ୍କ ପୂଜାର୍ଚ୍ଚନା କରିଥଲେ। ଆଜି ସ୍ଵାମୀ... Read More